LIVE TV

ଲଦାଖରେ ଆକ୍ସନ ସୁଟିଂ ବେଳେ ଆହତ ହେଲେ ସଲମାନ, ଫେରିଲେ ମୁମ୍ଵାଇ

NEWS7
Salman

ମୁମ୍ଵାଇ ୨୧।୦୯; ବଲିଉଡ୍‌ର ଭାଇଜାନ ସଲମାନ ଖାନ  ବର୍ତ୍ତମାନ "ବ୍ୟାଟଲ୍ ଅଫ୍ ଗଲୱାନ୍" ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଫିଲ୍ମ ପାଇଁ ଲଦାଖରେ ସୁଟିଂ କରୁଛନ୍ତି। ସୁଟିଂ ସମୟରେ ସଲମାନ ଆହତ ହୋଇଥିଲେ। ତଥାପି, ସେ ସାହସ ଭାଙ୍ଗି ନଥିଲେ ଦୃଢ଼ ଭାବରେ କାର୍ଯ୍ୟ କରିଥିଲେ । ଏବେ ସେ ସିଡ୍ୟୁଲ ପୂରା କରି ମୁମ୍ବାଇ ଫେରିଛନ୍ତି।

ନିକଟତର ସୂତ୍ରକୁ ସୂଚନା ମିଳିଛି ଯେ "ଲଦାଖ ସିଡ୍ୟୁଲ୍ ପୂରା ଟିମ୍‌ ସହ ଧୈର୍ଯ୍ୟ ସହିତ କାମ କରିଥିଲା। ସଲମାନ ଖାନ ଏବଂ କ୍ରୁ -୧୦ ଡିଗ୍ରୀ ତଳେ ତାପମାତ୍ରାରେ ଲଦାଖରେ ସୁଟିଂ କରିଥିଲେ। ଶାରୀରରେ ଆଘାତ ଏବଂ କମ୍ ଅକ୍ସିଜେନ୍ ସ୍ତର ସତ୍ତ୍ୱେ, ସଲମାନ ସାହସର ସହିତ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଲଦାଖରେ ଗଲୱାନ୍ ସୁଟିଂ ଶେଷ କରିବା ପରେ, ସଲମାନ ଏବେ ଫିଲ୍ମର ମୁମ୍ବାଇ ସିଡ୍ୟୁଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ଫିଲ୍ମର ମୁମ୍ବାଇ ସିଡ୍ୟୁଲ୍ ଆସନ୍ତା ସପ୍ତାହରେ ଆରମ୍ଭ ହେବ। ଏଥିରେ ହାଇ ଲେବଲର ଆକ୍ସନ୍ ସହିତ ଇମୋସନାଲ ସିନ୍‌ ମଧ୍ୟ ଦେଖିବାକୁ ମିଳିବ ।

ଦଳ ୪୫ ଦିନ ଯାଏଁ ରିଅ ଲୋକେସନ୍‌ରେ ଆକ୍ସନ୍ ଏବଂ ଡ୍ରାମାଟିକ ସିନ୍‌ର ସୁଟିଂ ପୂରା କରିଛି। ସଲମାନ ଖାନ ଏହି ୧୫ ଦିନ ପାଇଁ ସେଟରେ ଥିଲେ। ସୁଟିଂ ସମୟରେ ହୋଇଥିବା ଆଘାତ ଯୋଗୁଁ, ସଲମାନ ଏବେ ମୁମ୍ବାଇ ସିଡ୍ୟୁଲ୍ ପୁଣି ଆରମ୍ଭ କରିବା ପୂର୍ବରୁ ବିଶ୍ରାମ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଏବେ ଛୋଟ ବ୍ରେକ୍‌ ନେଛନ୍ତି। ମୁମ୍ବାଇ ସିଡ୍ୟୁଲ୍ ଫିଲ୍ମର ଅନେକ ସୂକ୍ଷ୍ମ ଜିନିଷ ଉପରେ ଧ୍ୟାନ ଦିଆଯିବ ଏବଂ ଏଥିରେ ଅନେକ ଭାବପ୍ରବଣ ଦୃଶ୍ୟ ସାମିଲ ହେବ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ।ସଲମାନ ଖାନ ଜୁଲାଇରେ "ବ୍ୟାଟଲ୍ ଅଫ୍ ଗଲୱାନ୍" ଫିଲ୍ମ ଘୋଷଣା କରିଥିଲେ। ସେ ଏକ ମୋସନ୍ ପୋଷ୍ଟର ସେୟାର କରିଥିଲେ। ହେଲେ ଫିଲ୍ମର ରିଲିଜ୍‌ ଡେଟ୍‌ କନଫର୍ମ କରିନାହାନ୍ତି