ଭୁବନେଶ୍ବର ୧୬।୯: ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟ୍ । ଛତିଶଗଡ ଗସ୍ତରେ ଯିବା ଅବସରରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସଚିନ୍ ପାଇଲଟ୍ । ସେ କହିଛନ୍ତି ରାଜ୍ୟରେ କଂଗ୍ରେସ ସଂଗଠନ ମୂଳଦୁଆ ସୁଦୃଢ ରହିଛି । ଭବିଷ୍ୟତରେ ଦଳକୁ ସଫଳତା ଆଣିବା ପାଇଁ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ୨୦୨୫କୁ କଂଗ୍ରେସ ସଂଗଠନ ପାଇଁ ସମର୍ପିତ କରାଯାଇଛି ।

ଏହାସହ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରକୁ ଜନବିରୋଧୀ ସରକାର ଭାବେ ଚିତ୍ରଣ କରିଥିଲେ । ବିହାରରେ SIR ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରି ଭୋଟ୍ ଚୋରିକୁ ନେଇ ସାରା ଦେଶରେ ଜନଜାଗରଣ କରାଯାଉଛି ବୋଲି ସୂଚନା ଦେଇ ଦେଶରେ ଜନ ଅସନ୍ତୋଷ ସରକାର ବିରୋଧରେ ବଢୁଛି ବୋଲି ସଚିନ ପାଇଲଟ୍ କହିଛନ୍ତି ।