LIVE TV

ଏସବିଆଇ ଏଜିଏମ୍ ଅମିତ କୁମାର ରଥଙ୍କୁ ସଫଳତା, ଜାତୀୟ ସ୍ତରରେ କୁଇଜ୍ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅର୍ଜନ କରି ଓଡ଼ିଶା ପାଇଁ ଆଣିଲେ ଗର୍ବ

NEWS7
SBI AGM Amit Kumar Rath

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗର୍ବ ଆଣିଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍ (AGM) ଅମିତ କୁମାର ରଥ। ଜାତୀୟ ସ୍ତରରେ କୁଇଜ୍ ପ୍ରତଯୋଗିତାରେ ଜଣେ ଅସାଧାରଣ ଦ୍ୱିତୀୟ ସ୍ଥାନଧାରୀ ଭାବେ ପରିଚିତ କରିପାରିଛନ୍ତି। ଇନସଲଭେନ୍ସୀ ଆଣ୍ଡ୍‌ ବ୍ୟାଙ୍କରପ୍ସି କୋଡ୍ ୨୦୧୬ ଉପରେ ଆଧାରିତ ଏହି ପ୍ରତିଷ୍ଠିତ ଷଷ୍ଠ ଜାତୀୟ ସ୍ତରର ଅନଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଇନସଲଭେନ୍ସୀ ଆଣ୍ଡ୍‌ ବ୍ୟାଙ୍କରପ୍ସି ବୋର୍ଡ ଅଫ୍‌ ଇଣ୍ଡିଆ IBBI ଏବଂ MyGov.in ଓ BSE ଇନଭେଷ୍ଟରର୍ସ ପ୍ରୋଟେକ୍ସନ ଫଣ୍ଡ୍‌ ମିଳିତ ଭାବରେ ଆୟୋଜନ କରିଥିଲେ। ଜାତୀୟ ସ୍ତରର ଏହି ଅନଲାଇନ୍ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ଦେଶରୁ ଅନେକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଅମିତ କୁମାର ଦ୍ବିତୀୟ ସ୍ଥାନରେ ରହିଥିଲେ।

ସେ IBBIର ବାର୍ଷିକ ଉତ୍ସବ ଅବସରରେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରାହାଳୟରେ ଏକ ରୌପ୍ୟ ପଦକ ଓ ୫୦,୦୦୦ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶାର ମୂଳ ନିବାସୀ ଅମିତ କୁମାର, ବ୍ୟାଙ୍କିଂ କ୍ଷେତ୍ରରେ ଦକ୍ଷତା ସହିତ ଶିକ୍ଷା ଓ ପ୍ରତିଯୋଗିତାତ୍ମକ କ୍ଷେତ୍ରରେ ମଧ୍ୟ ଦୃଢ଼ ସମର୍ପଣ ପାଇଁ ପରିଚିତ। କୁଇଜ୍ ପ୍ରତିଯୋଗିତା ପ୍ରତି ତାଙ୍କ ଆଗ୍ରହ ଓ ନିଷ୍ଠା ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏକ ସ୍ଥାନ ଦେଇଛି। ସେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଥିଲେ,  ଯିଏ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ତାଲିକାରେ ସ୍ଥାନ ଅଧିକାର କରିଛନ୍ତି। ଆଉ ତାଙ୍କର ଏହି ସଫଳତା ଯାହା ରାଜ୍ୟ ପାଇଁ ଗର୍ବର ବିଷୟ।