News7 Logo

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ AI ଭିଡିଓ ନେଇ ଭଡକିଲେ ପାଟନା ହାଇକୋର୍ଟ, ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ

NEWS7
ai video

ନୂଆଦିଲ୍ଲୀ ୧୭/୦୯: ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମାଆଙ୍କ AI ଭିଡିଓ ମାମଲାରେ କଂଗ୍ରେସକୁ । ପାଟନା ହାଇକୋର୍ଟ ଶୁଣାଣି କରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ କଂଗ୍ରେସ ଦଳକୁ ଏହି ଭିଡିଓକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀଙ୍କ ଶୁଣାଣି ସମୟରେ, ନିର୍ଦ୍ଦେଶ ଜାରି କରିଛନ୍ତି । ସେଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦୀଙ୍କୁ ଅପମାନିତ କରାଯାଇଛି । ତୁରନ୍ତ ଏହି ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯାଉ ବୋଲି ରୋକ୍‌ଠୋକ୍ ଶୁଣାଇଛନ୍ତି । 
Remove PM Modi's Mother's AI Video, Patna High Court Tells Congress​​​​​​​

ପ୍ରକୃତରେ, ସେପ୍ଟେମ୍ବର ୧୦ରେ, ବିହାର କଂଗ୍ରେସର ସରକାରୀ X ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସ୍ୱପ୍ନରେ AI-ଆଧାରିତ ଚିତ୍ରଣ ଦେଖାଯାଇଛି । ଯାହା ଚର୍ଚ୍ଚା ହୋଇଥିଲା ସ୍ୱର୍ଗତଃ ହୀରାବେନ ମୋଦିଙ୍କ ଚରିତ୍ର ରାଜନୈତିକ ଲାଭ ପାଇଁ ତାଙ୍କ ପୁଅକୁ ତାଙ୍କ ନାମର ଅପବ୍ୟବହାର କରିବା ପାଇଁ ଭର୍ତ୍ସନା କରୁଥିବାର ଦେଖାଯାଉଛି ।

ଗୋଟିଏ ଦୃଶ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଜଣେ ବ୍ୟକ୍ତି ବିଛଣାରେ ଶୋଇ କହୁଛନ୍ତି । ଭୋଟ ଚୋରି ହୋଇଯାଇଛି, ଏବେ ଭଲରେ ଶୋଇଯାଅ । ତା'ପରେ, ତାଙ୍କ ମାଆ ତାଙ୍କ ସ୍ୱପ୍ନରେ ଦେଖାଯାଆନ୍ତି ଏବଂ ତାଙ୍କୁ ତାଗିଦ କରନ୍ତି । ଭିଡିଓଟି AI-ଜେନେରେଟେଡ୍ ଭାବରେ ଚିହ୍ନିତ ହୋଇଥିଲା । କିନ୍ତୁ ବିଜେପି ଏହାକୁ ଘୃଣ୍ୟ ଓ ମାଆଙ୍କ ପ୍ରତି ଅପମାନ ବୋଲି କହିଥିଲା । ଭିଡିଓ ବିରୋଧରେ ପାଟନା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା।

ବିଜେପି ତାର ଅଭିଯୋଗରେ ଦାବି କରିଛି ଯେ ଭିଡିଓଟି କେବଳ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିନି । ବରଂ ମହିଳାଙ୍କ ମର୍ଯ୍ୟାଦାକୁ ବି ଉଲ୍ଲଂଘନ କରିଛି । ବିଜେପି କର୍ମୀ ସଙ୍କେତ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ସେପ୍ଟେମ୍ବର ୧୩ ତାରିଖରେ ଏକ ଏଫଆଇଆର ରୁଜୁ କରିଥିଲା । ଯେଉଁଥିରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ କଂଗ୍ରେସ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।