News7 Logo

ଇଞ୍ଜିନିୟରରୁ ରାପର୍ ପରେ କାଠମାଣ୍ଡୁର ମେୟର ; ନେପାଳ ଜେନ-ଜିଙ୍କ ଫେଭରିଟ୍, କିଏ ଏହି ବାଲନ୍ ଶାହ

NEWS7
 Balen Shah

ନୂଆଦିଲ୍ଲୀ:  ନେପାଳ ପାଇଁ କାଳ ସଜିଲା ସୋସିଆଲ୍ ମିଡିଆଭୁସୁଡ଼ିଗଲା ସରକାର।  ଜେନ୍-ଜି ଆନ୍ଦୋଳନ କେପି ଓଲିଙ୍କୁ ଗାଦିଚ୍ୟୁତ୍ କରିଛିପ୍ରଦର୍ଶନକାରୀ ନେପାଳ ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ନିଆଁ ଲଗାଇଛନ୍ତି। ନେପାଳ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ଏହି ଅସ୍ଥିରତାର କେନ୍ଦ୍ରରେ ଏବେ ଏକ ନୂଆ ନାଁ ଉଭା ହୋଇଛି, ସେ ହେଉଛନ୍ତି ବାଲନ୍ ଶାହଏବେ ସେ କାଠମାଣ୍ଡୁ ମହାନଗର ପାଳିକାର ମେୟର । ତାଙ୍କୁ ଏବେ ଏକ ସମ୍ଭାବ୍ୟ ଜାତୀୟ ନେତା ଭାବରେ ଦେଖାଯାଉଛି । ଏବେ ପ୍ରଶ୍ନ ଉଠୁଛି ଯେ ବାଲନ ଶାହ କିଏ, ତାଙ୍କର ପୃଷ୍ଠଭୂମି କ'ଏତେ ଲୋକପ୍ରିୟ ହେଲେ କିପରି?

 

ନେପାଳ ରାଜନୀତିରେ ବାଲେନ ଶାହ ... ଗୁରୁତ୍ୱପୂର୍ଣ୍ଣ ଚେହେରା । ସେ  ଯୁବଗୋଷ୍ଠୀଙ୍କ ପ୍ରେରଣା । ଯୁବଗୋଷ୍ଠୀ ପରିବର୍ତ୍ତନର ଏକ ବଡ଼ ସୂତ୍ର ବୋଲି ସେ ଯେଉଁ ନାରା ଦେଇଥିଲେ ତାହା ସତ ପ୍ରମାଣିତ ହୋଇଛି । ଓଲି ସରକାର ବିରୋଧରେ ଜେନ୍ ଜି ସ୍ୱର ନେଇଛି ବିସ୍ଫୋରକ ରୂପ ।  ଆକ୍ରମଣ... ହିଂସାତ୍ମକ ବିଦ୍ରୋହ... ଉତ୍ତେଜନା... ନେପାଳର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗାଦିଚ୍ୟୁତ । ହିଂସା ବଢିବା ପରେ ବାଲନ ଫେସବୁକ ପୋଷ୍ଟରେ ବିକ୍ଷୋଭକାରୀଙ୍କୁ ଶାନ୍ତି ବଜାୟ ପାଇଁ ଅପିଲ୍ କହିଥିଲେ । କହିଥିଲେ, ଜାତୀୟ ସମ୍ପତ୍ତି ନଷ୍ଟ, ଆମର ସାମୂହିକ କ୍ଷତି । ଏବେ ଆମେ ସମସ୍ତେ ସଂଯମତା ରଖିବା ଦରକାର। ଏବେ ଠାରୁ ଆମ ପିଢ଼ି ଦେଶର ନେତୃତ୍ୱ ନେବେ।

୨୭ ଏପ୍ରିଲ ୧୯୯୦ରେ କାଠମାଣ୍ଡୁର ନରଦେବୀରେ ବାଲନଙ୍କ ଜନ୍ମତାଙ୍କ ବାପା ରାମ ନାରାୟଣ ଶାହ ଜଣେ ଡାକ୍ତର ଥିଲେ। ବାଲନ କର୍ଣ୍ଣାଟକରେ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ପତ୍ନୀ ସାବିନା କାଫଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରନ୍ତି । ତେବେ ବାଲନ୍ ଶାହଙ୍କ ଅତୀତ କିଛି ବୟାନକୁ ଭାରତ ପ୍ରତି ଏକ ଉପହାସ କୁହାଯାଇପାରେ । ଥରେ ସେ ନେପାଳ ସରକାରଙ୍କୁ 'ଭାରତର ଦାସ' ବୋଲି କହିଥିଲେଏହା ବ୍ୟତୀତ, ସେ କାଠମାଣ୍ଡୁରେ 'ଆଦିପୁରୁଷ' ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସିନେମାରେ ସୀତା ମାତାଙ୍କୁ ନେପାଳ ବଦଳରେ ଭାରତର ଝିଅ କୁହାଯାଇଥିଲା ଏବଂ ବାଲନ୍ ମାଆ ସୀତାଙ୍କୁ ନେପାଳର ଝିଅ ବୋଲି କହିଥିଲେ

ନେପାଳର ରାଜନୀତିରେ ବାଲନ୍ ଶାହଙ୍କ ଉତ୍ଥାନ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁପେଶାରେ ଜଣେ ସିଭିଲ୍ ଇଞ୍ଜିନିୟର କିନ୍ତୁ ସେ ରାପର୍ ଭାବେ ଅନେକ ନାଁ କରିଛନ୍ତି । ତା' ପରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ପରେ ନେପାଳର ରାଜଧାନୀ କାଠମାଣ୍ଡୁର ମେୟର ନିର୍ବାଚନରେ ବିଜୟୀ ହୋଇଥିଲେ । ସେ ପ୍ରାୟତଃ ଯୁବପିଢ଼ିଙ୍କ ସ୍ୱର ଉଠାଇଥାନ୍ତି2022ରେ, ବାଲନ କାଠମାଣ୍ଡୁ ମେଟ୍ରୋପଲିଟାନ୍ ସିଟିର ମେୟର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । 61,000ରୁ ଅଧିକ ଭୋଟ ସହିତ ଏକ ଐତିହାସିକ ବିଜୟ ହାସଲ କରିଥିଲେକାଠମାଣ୍ଡୁର ବର୍ଷ ବର୍ଷ ଧରି ଚାଲିଥିବା ଆବର୍ଜନା ସଙ୍କଟକୁ ସମାଧାନ କରିବାକୁ ମଧ୍ୟ ପ୍ରାଥମିକତା ଦେଇଥିଲେ । କଳା ବ୍ଲେଜର ଉପରେ ନେପାଳ ପତାକା ପିନ୍ଧିଥିବା ତାଙ୍କ ଫଟୋ ତାଙ୍କର ପରିଚୟ ପାଲଟିଥିଲା ।

ରାଜନୀତିରେ ଯୋଗଦେବା ପୂର୍ବରୁ, ବାଲନ୍ ଜଣେ ପ୍ରସିଦ୍ଧ ରାପର୍ ଥିଲେସେ ନିଜର ଗୀତ ଓ ସଂଗୀତ ମାଧ୍ୟମରେ ଦେଶର ଗରିବୀ, ବିକାଶ ଓ ରାଜନୀତିକ ଦୁର୍ନୀତି ପ୍ରସଙ୍ଗ ସମସ୍ତଙ୍କ ସାମ୍ନାକୁ ଆସୁଥିଲେ । ତାଙ୍କ ଗୀତ, ବିଶେଷ କରି ବଳିଦାନକୁ ୟୁଟ୍ୟୁବରେ ୭ ମିଲିୟନ ଲୋକ ଦେଖିଥିଲେ । ଦେଶର ଚିରାଚରିତ ରାଜନୀତି ଦ୍ୱାରା ହତାଶ ହୋଇ ପଡ଼ିଥିବା ଯୁବଗୋଷ୍ଠୀ ଏହା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ତାଙ୍କ ଲୁକ୍ ସମସ୍ତଙ୍କ ଠାରୁ ତାଙ୍କୁ ଭିନ୍ନ କରୁଥିଲାଗୋଟିଏ କଳା ରଙ୍ଗର ବ୍ଲେଜର, ଜିନ୍ସ, ଚାରି କୋଣିଆ ସନଗ୍ଲାସ ଓ କାନ୍ଧରେ ନେପାଳୀ ପତାକା ତାଙ୍କ ପରିଚୟ । ଯେତେବେଳେ ବି ଦେଶର ପତାକାକୁ ସେ ଅପମାନିତ କରୁଥିବା ଅଭିଯୋଗ କରାଯାଉଥିଲା ସେତେବେଳେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ୁଥିଲା । ଏମିତି ନେପାଳରେ ନିଜର ଦବଦବା ଜାହିର କରିଥିଲେ।