News7 Logo

ସାବଧାନ ! ହିନ୍ଦୁ ଆସୁଛନ୍ତି...ଟ୍ରମ୍ପ ପ୍ରଶାସନକୁ ସତର୍କ କରାଇଲେ ପୁଟିନଙ୍କ ଗୁରୁ ଆଲେକଜାଣ୍ଡର ଡୁଗିନ

NEWS7

ନୂଆଦିଲ୍ଲୀ: ରୁଷର ପ୍ରଫେସର୍, ଦାର୍ଶନିକ ଓ ରାଷ୍ଟ୍ରପତି ପଟିନଙ୍କ ରାଜନୈତିକ ଗୁରୁ ଅଲେକଜାଣ୍ଡର ଡୁଗିନ୍ ଭାରତକୁ ନେଇ ଆମେରିକାକୁ ସତର୍କ କରାଇଛନ୍ତି । ଭାରତ ବିରୋଧରେ ବିଷ ଉଗାରୁଥିବା ଟ୍ରମ୍ପ ପ୍ରଶସାନର ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ହିନ୍ଦୁମାନେ ସର୍ବୋଚ୍ଚ ସ୍ତରର ଆଧ୍ୟାତ୍ମିକ ଚିନ୍ତାଧାରା ବିକଶିତ କରିଛନ୍ତି ଏବଂ ବସ୍ତୁବାଦୀ ଦୁନିଆକୁ ପରାସ୍ତ କରିଛନ୍ତି।" ଉଲ୍ଲେଖଯୋଗ୍ୟ ଯେ ଆଲେକଜାଣ୍ଡର ଡୁଗିନ ଭାରତର ଜଣେ ଦୃଢ ସମର୍ଥକ ରହିଆସିଛନ୍ତି । ଗତ ବର୍ଷ ସେ ଭାରତ ଗସ୍ତ କରିଥିଲେ ।

ଆଲେକଜାଣ୍ଡର ଡୁଗିନ୍ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, ଭାରତୀୟ ସଂସ୍କୃତି ଭୌତିକ ଜଗତକୁ ଖୋଲାଖୋଲି ତିରସ୍କାର କରେ । ସେମାନେ କେବଳ ଏହାର ଅସ୍ତିତ୍ୱ ଉପରେ ହସନ୍ତି । ହିନ୍ଦୁମାନେ ଆଧ୍ୟତ୍ମିକ ଚିନ୍ତନର ସର୍ବୋଚ୍ଚ ସ୍ତରକୁ ବିକଶିତ କରିଛନ୍ତି । ଏଥର ବସ୍ତୁବାଦୀ ପାଶ୍ଚାତ୍ୟ ଦେଶର ପାଳି ଆସିଛି । କିନ୍ତୁ ଯେତେବେଳେ ଭାରତୀୟଙ୍କୁ ଭୌତିକ ଜଗତ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ବାଧ୍ୟ କରାଯାଏ, ସେତେବେଳେ ସେ ଅନ୍ୟ ସବୁ ଉପରେ ବିଜୟ ପ୍ରାପ୍ତ କରିଥାଏ । ଆଧ୍ୟାତ୍ମିକତା ସବୁଠୁ ବଡ଼ ଶକ୍ତି । ସାବଧାନ ! ହିନ୍ଦୁ ଆସୁଛନ୍ତି । ଟ୍ରମ୍ପ ପ୍ରଶାସନ ଦ୍ୱାରା ବାରମ୍ୱାର ଭାରତକୁ ଟାର୍ଗେଟ୍ କରିଯାଉଥିବା ବେଳେ ଆଲେକଜାଣ୍ଡର ଡୁଗିନ ଏହି ବୟାନ ଦେଇଛନ୍ତି ।

ଗତ ବର୍ଷ ଭାରତ ଗସ୍ତ ବେଳେ ମଲ୍ଟିପୋଲାର ଦୁନିଆକୁ ନେଇ ସେ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ, ଅନେକ କିଛି ଭାରତ ଉପରେ ନିର୍ଭର କରୁଛି । ଏହି ଦେଶ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଅନ୍ତର୍ଜାତୀୟ ସମ୍ପର୍କରେ ଏକ ନୂତନ ମଡେଲ୍ ଉଭା ହେଉଛି, ଯେଉଁଥିରେ ନୂଆ କ୍ରେତା ସକ୍ରିୟ ରୂପେ ଭୂ-ରାଜନୈତିକ ଦୁନିଆକୁ ରୂପ ଦେଉଛନ୍ତି ଓ ପ୍ରଭାବିତ କରୁଛନ୍ତି । ଏହି ଦୁନିଆରେ ଭାରତ, ରୁଷ, ଚୀନ, ଆଫ୍ରିକା, ଲାଟିନ୍ ଆମେରିକା ଓ ଇସଲାମିକ କ୍ଷେତ୍ର ସାମିଲ ଅଛନ୍ତି, ଯାହା ପାଶ୍ଚାତ୍ୟକୁ ଛାଡ଼ି ଶକ୍ତିର କ୍ଷେତ୍ରୀୟ କେନ୍ଦ୍ର ରୂପେ କାମ କରୁଛନ୍ତି । ଡୁଗିନଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ମସ୍ତିଷ୍କ ବୋଲି ମଧ୍ୟ କୁହାଯାଏ ।