LIVE TV

ଶନିବାର ଓଡ଼ିଶାକୁ ଦୁଇଟି ବୃହତ୍ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ, ବିନିଯୋଗ ହେବ ୧୬୦ କୋଟି

NEWS7
Egg Fish

ଭୁବନେଶ୍ଵର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଦୁଇଟି ବୃହତ୍ ପ୍ରକଳ୍ପ ଭେଟି ଦେବାକୁ ଯାଉଛନ୍ତି। ସମ୍ବଲପୁରର ବସନ୍ତପୁର ଠାରେ ୧୦୦କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ ଫିସରି ଆକ୍ବା ପାର୍କ। ଯେଉଁଠାରେ ମାଛ ଚାଷ ସହ ମାଛ ଯାଆଁଳ ଓ ମାଛ ଖାଦ୍ୟ ପ୍ରସ୍ତୁତ ହେବ । ସେହିଭଳି ଭୁବନେଶ୍ବର ପାଣ୍ଡରାରେ ୬୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ ହୋଲସେଲ୍ ଫିସ୍ ମାର୍କେଟ୍ । ସେପଟେ ୨୦୨୯ ସୁଦ୍ଧା ରାଜ୍ୟରେ ଅଣ୍ଡା ଉତ୍ପାଦନ ୫ ଶହ କୋଟିକୁ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ

ଅଣ୍ଡା ଓ ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା । ଆସନ୍ତାକାଲି ଓଡ଼ିଶାକୁ ଦୁଇଟି ବୃହତ ପ୍ରକଳ୍ପ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁର ବସନ୍ତପୁର ଠାରେ ୧୦୦କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ ଫିସରି ଆକ୍ବା ପାର୍କ । ଯେଉଁଠାରେ ମାଛ ଚାଷ ସହ ମାଛ ଯାଆଁଳ ଓ ମାଛ ଖାଦ୍ୟ ପ୍ରସ୍ତୁତ ହେବ । ମାଛ ଉତ୍ପାଦନ ବୃଦ୍ଧି ପାଇଲେ ବାହାରକୁ ରପ୍ତାନୀ ହେବ । ସେହିଭଳି ଭୁବନେଶ୍ବର ପାଣ୍ଡରା ଠାରେ ୬୦କୋଟି ଟଙ୍କା ଖର୍ଚ୍ଚରେ  ଏକ ବଡ଼ ହୋଲସେଲ୍ ମାଛ ମାର୍କେଟ୍ ପ୍ରତିଷ୍ଠା ହେବ । ଏହା ଟ୍ବିନ୍ସିଟି ସମେତ ଆଖପାଖ ଅଂଚଳକୁ ମାଛ ଯୋଗାଇବ । 

ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ଦୁଇ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଦୁଇ ପ୍ରକଳ୍ପ ଦ୍ବାରା ରାଜ୍ୟରେ ମାଛର ଅଭାବ ଦୂର ହେବ । ମାଛ ବ୍ୟବସାୟୀମାନେ ଚାଷ କରୁଥିବା ମାଛର ସଠିକ୍ ମୂଲ୍ୟ ପାଇପାରିବେ । ଏଥି ସହ ଚାଷୀଙ୍କୁ ରୋଜଗାର ମିଳିପାରିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ସେପଟେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର । ଏବେ ରାଜ୍ୟରେ  ବାର୍ଷିକ ୩୭୨କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୯ ସୁଦ୍ଧା ୫ଶହ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥି ପାଇଁ ସରକାରୀସ୍ତରରେ ବଡ଼ ଯୋଜନା କରାଯାଇଛି

​​​​​​​ଆଜି ବିଶ୍ବ ଅଣ୍ଡା ଦିବସ ଅବସରରେ ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଓଡ଼ିଶାରେ ବାର୍ଷିକ ମୁଣ୍ଡପିଛା ୮୦ ଅଣ୍ଡା ଉତ୍ପାଦନ ହେଉଛି ।  ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ୧୦୩ଟି ଅଣ୍ଡା ଉତ୍ପାଦନ ହେଉଛି  । ଏମିତିରେ ଅଣ୍ଡା ଚାହିଦା ପୂରଣ ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛି ଓଡ଼ିଶା।

ତେଲେଙ୍ଗାନାରେ ଏବେ ବର୍ଷକୁ ମୁଣ୍ଡପିଛା ୪୮୨ ଅଣ୍ଡା ଉତ୍ପାଦନ ହେଉଛି । ତେଣୁ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ବଢ଼ାଇବାକୁ ପଡ଼ିବ । ମାଛ ଓ ଅଣ୍ଡା ପାଇଁ ଓଡ଼ିଶା ସବୁବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରିଆସୁଛି । ଆଗକୁ ଏ ସମସ୍ୟା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ମୋହନ ସରକାର ।