LIVE TV

ବିଧାନସଭା ନିର୍ବାଚନ ଲଢିବେନି ପ୍ରଶାନ୍ତ କିଶୋର: ନିଜେ କହିଲେ ପ୍ରକୃତ କାରଣ

NEWS7
prasant kishore

ନୂଆଦିଲ୍ଲୀ ୧୫/୧୦: ପ୍ରଶାନ୍ତ କିଶୋର ଲଢ଼ିବେନି ବିହାର ବିଧାନସଭା ନିର୍ବାଚନ । ବିହାର ନିର୍ବାଚନ ପାଇଁ ଭୋଟ୍ ପଡ଼ିବା ପୂର୍ବରୁ ଜନସୂରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ଏହି ବଡ଼ ଘୋଷଣା କରିଛନ୍ତି । ପିଟିଆଇ ସହିତ ଆଲୋଚନା ସମୟରେ ପିକେ ସ୍ପଷ୍ଟ କରିଛନ୍ତି ଯେ, ସେ ବିହାର ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଜନସୂରାଜ ନିଷ୍ପତ୍ତି ନେଇଛି ଯେ, ସେ ସଙ୍ଗଠନାତ୍ମକ କାମରେ ଧ୍ୟାନ ଦେବେ,ଏହି କାରଣରୁ ସେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । 

ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୂରାଜ କେବଳ କ୍ଷମତା ହାସଲ ପାଇଁ ଏକ ଆନ୍ଦୋଳନ ନୁହେଁ, ବରଂ ବିକଳ୍ପ ରାଜନୀତିର ଏକ ଦୃଷ୍ଟିକୋଣ। ସେ ଦାବି କରିଛନ୍ତି ଯେ ଯଦି ଜନ ସୂରାଜ ବିହାରରେ ୧୫୦ ରୁ କମ୍ ଆସନ ଜିତିଥାଏ, ତେବେ ଏହାକୁ ପରାଜୟ ବୋଲି ବିବେଚନା କରାଯିବ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଆମେ ପରିବର୍ତ୍ତନର ରାଜନୀତି କରୁଛୁ । 

ପିକେ ନୀତିଶ କୁମାରଙ୍କ ସରକାର ଉପରେ ଏକ ଆକ୍ରମଣ ଆରମ୍ଭ କରି କହିଛନ୍ତି ଯେ ବର୍ତ୍ତମାନର ଏନଡିଏ ଶାସନରେ ଦୁର୍ନୀତି ପୂର୍ବ ଅପେକ୍ଷା ଅଧିକ ଗଭୀର ହୋଇଛି। କିଶୋର କହିଛନ୍ତି ଯେ ନୀତିଶ କୁମାରଙ୍କ ସରକାରରେ ଅନେକ ନେତା ଆରଜେଡିର ନେତାମାନଙ୍କ ଅପେକ୍ଷା ଆହୁରି ଦୁର୍ନୀତିଗ୍ରସ୍ତ। କ୍ଷମତାରେ ଥିବା ଲୋକମାନେ ସାଧାରଣ ସେବା ପାଇଁ ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ରାଜନୀତି କରୁଛନ୍ତି।  

ଜନ ସୂରଜ ଅଭିଯାନର ପ୍ରତିଷ୍ଠାତା ଭାବରେ, ପ୍ରଶାନ୍ତ କିଶୋର ଗତ ଦୁଇ ବର୍ଷ ଧରି ଗାଁରୁ ଗାଁ ବୁଲି ଜନସାଧାରଣଙ୍କ ସହ ଯୋଗାଯୋଗ କରୁଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ପଦବୀ ପାଇଁ ନୁହେଁ, ବରଂ ବିହାରର ଭବିଷ୍ୟତ ପାଇଁ।