LIVE TV

ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚାଲିଥିଲା ଜୁଆ ଆଡ୍ଡା : ୧୬ ଜୁଆଡ୍ଡି ଗିରଫ, ୫ ଲକ୍ଷରୁ ଅଧିକ ଟଙ୍କା ଜବତ

NEWS7
Berhampur

ବ୍ରହ୍ମପୁର ୨୬।୯: ବ୍ରହ୍ମପୁରର ଦୁଇ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ୧୬ ଜଣ ଜୁଆଡ୍ଡିଙ୍କୁ ଧରିଲା ପୋଲିସ । ସେମାନଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର  ଟଙ୍କା ଜବତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ବଡ଼ ବଜାର ଥାନା ଅଞ୍ଚଳର ଲକ୍ଷ୍ମୀ ନୃସିଂହ ସାହିରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ କରିଥିଲା ।  ଏ ନେଇ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଏକାଧିକ ନାମିଦାମୀ ବ୍ୟବସାୟୀ, ବୁକି ରହିଥିବା ଜଣାପଡିଛି । ଏହି ଚଢ଼ାଉରେ ଟାଉନ ଏସଡିପି, ବଡ଼ବଜାର ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ସେହିପରି ନିମଖଣ୍ଡି ଥାନା ଅଞ୍ଚଳରେ ଚାଲିଥିବା ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ନିମଖଣ୍ଡି ଛକ ନିକଟରେ ଏକ ଘରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ପୋଲିସ ଜୁଆଡ଼ିଙ୍କୁ ଧରିଛି । ଏହାସହ ପ୍ରାୟ ୫୭ ହଜାର ଟଙ୍କା ଜବତ କରିଛି । ନିମଖଣ୍ଡି ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ ।