LIVE TV

ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି : ସର୍କିଟ୍ ହାଉସ୍ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ, ସହଯୋଗ ପାଇଁ ଜନ ସାଧାରଣଙ୍କୁ ଏସ୍‌ପିଙ୍କ ନିବେଦନ

NEWS7
Nuapada By election

ନୂଆପଡ଼ା ୧୨୧୦: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଥିବାବେଳେ ସୋମବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ଦିନ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍ରାଯାଇଛି । ଏହାସହ ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଖୋଦ୍ସ୍ପି ଅମ୍ରିତ ପାଲ୍ ସିଂ ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇ ୧୦ ପ୍ଲାଟୁନ ଫୋର୍ସ ଧରି ଚାଲି ଚାଲି ସହର ପରିକ୍ରମା କରିଛନ୍ତି । ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳାରେ କିଭଳି ନିର୍ବାଚନ ସମ୍ପାଦନ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସ୍‌ପି କହିଛନ୍ତି । ଏହାସହ ସହଯୋଗ ପାଇଁ ଜନ ସାଧାରଣଙ୍କୁ ଏସ୍‌ପି ନିବେଦନ କରିଛନ୍ତି ।