LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ପଞ୍ଝାରେ ବିହାରର ସାର୍ପ ସୁଟର

NEWS7
pitabas

ବ୍ରହ୍ମପୁର ୧୬/୧୦: ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ପୁରିଛି ୧୦ ଦିନ । ଆଜି ଏକାଦଶରେ ହତ୍ୟା ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ବିହାରରୁ ସାର୍ପ ସୁଟରକୁ ଉଠାଇ ଆଣିଲା ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ବିହାରରୁ ସାର୍ପ ସୁଟରକୁ ଉଠାଇ ଆଣିଲା ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

ପୋଲିସ ପଞ୍ଝାରେ ସାର୍ପସୁଟର ପଡିବା ପାରେ ମାଷ୍ଟରମାଇଣ୍ଡରଙ୍କ ନିକଟତର ହେଉଥିବା ଜଣାପଡିଛି । ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ବିହାର ଓ ଦିଲ୍ଲୀରେ ଖୋଳତାଡ଼ କରୁଛି ପୋଲିସ ।  ପୀତବାସଙ୍କ ବ୍ୟବସାୟ ସହଯୋଗୀ ବାଲାଜୀ ରେଡ୍ଡୀ ଓ ଜଣେ ମଦ ବ୍ୟବସାୟୀଙ୍କୁ ମାରାଥନ୍ ଜେରା କରିଛି ପୋଲିସ । ହତ୍ୟାକାରୀଙ୍କୁ ଧରିବାରେ ଓ ରହସ୍ୟ ଉନ୍ମୋଚନରେ ବିଳମ୍ବ ଘଟୁଥିବାରୁ ଓକିଲଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।

ଅଭିଯୁକ୍ତଙ୍କ ଗିରଫଦାରୀ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଉନଥିବା ବେଳେ ଗୁଳିକାଣ୍ଡ ଘଟଣାରେ ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ପୋଲିସ ମାଷ୍ଟର ମାଇଣ୍ଡର ନିକଟତର ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଗଠିତ ଟିମ୍ ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ବିହାର ଓ ଦିଲ୍ଲୀରେ ଖୋଳତାଡ଼ କରୁଛି।

ହତ୍ୟାକାଣ୍ଡ ଦିନ ଆତତାୟୀଙ୍କ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ପ୍ରାୟ ଅନେକ ଥର ରେକି କରାଯାଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜଣାପଡିଥିଲା ସବୁ କିଛି । ୩ଟି ବାଇକ୍‌ରେ ୬ ଜଣ ସହରରେ ପୀତବାସଙ୍କ ଘର ଠାରୁ ଚାମ୍ବର ଓ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ପିଛା କରିଥିଲେ। ଏଥିପାଇଁ ୩ଟି ରେକି ଟିମ ହୋଇଥିବା ବେଳେ ବାଇକ୍‌ ର ପଛ ପାଖରେ ସାର୍ପ ସୁଟର ରାଜ୍ୟ ବାହାରର ହୋଇଥିବା ବୋଲି କୁହାଯାଉଛି। ସେପଟେ ଦିଗପହଣ୍ଡି ଅଞ୍ଚଳରେ ପୋଲିସ ଡେରା ପକାଇଥିବା ଜଣାପଡିଛି। ବ୍ରହ୍ମପୁରରେ ଅନୁରୁପ ଭାବେ ସ୍ବର୍ଗତ ଆଇନଜୀବୀ ପୀତବାସଙ୍କ ଘନିଷ୍ଠ ସହଯୋଗୀ ବାଲାଜୀ ରେଡୀଙ୍କୁ ପଚରା ଉଚରା ଚାଲିଛି ।