News7 Logo

୪ ବାଇକ୍ ଲୁଟେରା ଗିରଫ, ଗ୍ୟାଙ୍ଗ୍ ମୁଖ୍ୟ ନାଁରେ ରହିଛି ୧୧ ଅପରାଧିକ ମାମଲା

NEWS7
Arrest

କଟକ ୬୯: କଟକ ସିଆରଆରଆଇ ଥାନା ଦ୍ଵାରା ୪ ବାଇକ୍ ଲୁଟେରା ଗିରଫ । ଏହାସହ ୭ଟି ଦାମୀ ଗାଡି ଜବତ କରିଛି କମିଶନରେଟ୍ ପୋଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ଦେବାଶିଷ ଦାସ ନାଁରେ ପୂର୍ବରୁ ୧୧ଟି ଅପରାଧିକ ମାମଲା ରହିଛି ।

ସେହିପରି ସହଯୋଗୀ ଆକାଶ ନାୟକ ଓ କାଠିଆ ନାଁରେ ୬ଟି ମାମଲା ରହିଥିଲା ବେଳେ ଅଭିଯୁକ୍ତ ଚିଣ୍ଟୁ ନାଁରେ ୮ଟି ସଙ୍ଗୀନ ଅପରାଧିକ ମାମଲା ରହିଥିବା କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି । ଏହି ଗ୍ୟାଙ୍ଗର ଲିଙ୍କରେ ଆଉ କିଛି ଅଭିଯୁକ୍ତ ରହିଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଯୋଜନା କରୁଥିବା କଟକ ଡିସିପି କହିଛନ୍ତି । ଆଗକୁ ଦୁର୍ଗାପୂଜା ଆସୁଥିବା ହେତୁ ହାର୍ଡକୋର ଲୁଟେରା ମାନଙ୍କ ଉପରେ ପୋଲିସ କଡା ନଜର ରଖିଥିବା ଡିସିପି କହିଛନ୍ତି ।