କଟକ  ୩୧/୧୦: ପୋଲିସ ଏସ ଆଇ ପରୀକ୍ଷା ଦୁର୍ନୀତି ମାମଲା । ପ୍ରତିକ୍ରିୟା ରଖିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର । ସେ କହିଛନ୍ତି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ।  ତଦନ୍ତରେ ସମସ୍ତ ସହଯୋଗ କରାଯିବା ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ । ପୂର୍ବରୁ କହିଥିଲୁ ଏଥିରେ ଆନ୍ତଃରାଜ୍ୟ ଲିଙ୍କ୍ ଅଛି । ସିବିଆଇ ଏଦିଗରେ ଭଲ ତଦନ୍ତ କରିପାରିବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ମାମଲାରେ ଅଛି ଆନ୍ତଃରାଜ୍ୟ ଲିଙ୍କ୍ । ସିବିଆଇ ଏଦିଗରେ ଭଲ ତଦନ୍ତ କରିପାରିବା ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ।

ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ  ଲିଙ୍କ୍ , ବଡ଼  ଷଡ଼ଯନ୍ତ୍ର, ଏବଂ ମନି ଟ୍ରଲ୍ ରହିଛି। ସେହି କାରଣରୁ ରାଜ୍ୟ ସରକାର ଏହାକୁ  ସିବିଆଇ  ତଦନ୍ତ କରିବାକୁ କହିଛନ୍ତି। ଯେହେତୁ ସିବିଆଇର ସମ୍ପୂର୍ଣ୍ଣ ଭାରତରେ ତଦନ୍ତ କରିବାର କ୍ଷମତା ରହିଛି ତେଣୁ ଷଡ଼ଯନ୍ତ୍ର ଦିଗକୁ ଭଲ ଭାବେ ସେମାନେ ତଦନ୍ତ କରିବେ। ଦୋଷୀମାନଙ୍କ ପାଖରେ ପହଞ୍ଚିବେ।

କେବଳ ବିଜୟନଗରମ କିମ୍ବା ଦୀଘା ମୋଡୁଲ ନୁହେଁ, ଏହା ପଛରେ ଅନେକ ମୋଡୁଲ ରହିଥାଇପରେ ବୋଲି ଡିଜି ସଂକେତ ଦେଇଛନ୍ତି। ସିବିଆଇ ନେଲା ପରେ ସେମାନେ ଏ ସବୁକୁ କାଢ଼ିବେ। ଯେତିକି ପ୍ରମାଣ ଆମେ ପାଉଛୁ, ସେତିକି ତଥ୍ୟ ଆମେ କହୁଛୁ। ଅନୁମାନ କରି କହିବା ମାମଲାକୁ ହାନି ପହଞ୍ଚାଇପାରେ।