LIVE TV

ଶତାୟୁଙ୍କୁ ଭତ୍ତା କଷ୍ଟ, ଗାଡି କରି ଟେକି ଟେକି ଅଣାଗଲା ଅଫିସ

NEWS7
pension

ଦିଗପହଣ୍ଡି ୨୦/୦୯: ଥମୁନି ଭତ୍ତା କଷ୍ଟ । ଟେକି ଟେକି ଗଲେ ଅଫିସ୍ । ୧୦୫ ବର୍ଷର ଶତାୟୁଙ୍କୁ ଟେକିନେଲେ ଲୋକେ । ଗଞ୍ଜାମ ଜିଲ୍ଲା ଦିଗପହ ବ୍ଳକ୍ ସହଦେବ ଟିକରପଡ଼ାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସେପଟେ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିନ୍ଦା କରାଯାଇଛି । 

 

ସୂଚନା ଥାଉକି, ଭତ୍ତା ପାଇଁ ସରକାରଙ୍କ ଅନେକ ନିୟମ । ସରକାରୀ ସ୍ତରରେ ସୁବିଧା ସିଯୋଗ ବି କରାଯାଇଛି । ଯେମିତିକି ଶଯ୍ୟାସାୟୀଙ୍କ କ୍ଷେତ୍ରରେ ବି ନିୟମ ରହିଛି ନିର୍ବାହୀ ଅଧିକାରି ଘରକୁ ଯାଇ ଭତ୍ତା ଦେବା କଥା । କିନ୍ତୁ ଏ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତଥାପି ଅନେକାଂଶରେ କମିନି ଭତ୍ତା କଷ୍ଟ । ଶେଷରେ ଭତ୍ତା ପାଇଁ ୧୦୫ ବର୍ଷର ବୃଦ୍ଧାଙ୍କୁ ଟେକି ଟେକି ଆଣିଲେ । ଗାଡିରେ ତାଙ୍କୁ ଘରୁ ଆଣି ଟେକି ଟେକି ନିଆଯାଇଥିଲା । ଯାହା ଦେଖିବା ପରେ ସବୁଠି ଆଲୋଚନା ହେଉଛି ।