News7 Logo

ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି, ଭେଟିଦେବେ ୮୫୦୦ କୋଟିର ପ୍ରକଳ୍ପ

NEWS7
pm

ନୂଆଦିଲ୍ଲୀ ୧୩/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଣିପୁର ଗସ୍ତରେ ଯାଉଛନ୍ତି । ୨୦୨୩ କୁକି-ମୈତେଇ ହିଂସା ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ । ଏହି ଅବସରରେ  ସେ ରାଜ୍ୟକୁ ୮ ହଜାର ୫ଶହ  କୋଟି ଟଙ୍କାର ଭେଟିଦେବେ। ମୋଦି ପ୍ରଥମେ ଚୁରାଚାନ୍ଦପୁର ଯିବେ। ଜିଲ୍ଲାର ପିସ୍ ଗ୍ରାଉଣ୍ଡ ଠାରେ ୭ହଜାର ୩ଶହ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ। ସେଠାରେ ସେ ହିଂସା ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ଭେଟିବ । ଏହି ଅଞ୍ଚଳ କୁକି ବହୁଳ ଭାବେ ପରିଚିତ ।

ଏହା ପରେ ରାଜଧାନୀ ଇମ୍ଫାଲରେ ୧୨ଶହ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ମୈତେଇ ବହୁଳ ଅଞ୍ଚଳ। ତେବେ ମୋଦିଙ୍କ ଗସ୍ତ ପୂର୍ବରୁ  ଚୁରାଚାନ୍ଦପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଉପଦ୍ରବକାରୀ ମୋଦିଙ୍କ ସ୍ବାଗତ ନିମନ୍ତେ ଲଗାଯାଇଥିବା ବ୍ୟାନର ଓ ପୋଷ୍ଟରକୁ ଚିରି ଦେଇଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାରିକେଡ ଭାଙ୍ଗିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।

ଚୁରାଚାନ୍ଦପୁର ଥାନା ଠାରୁ ଏହା ପ୍ରାୟ ୫ କିଲୋମିଟର  ଦୂରରେ ଅବସ୍ଥିତ । ସୂଚନା ମିଳିବା ପରେ ପୁଲିସ ସେଠାରେ ପହଞ୍ଚି ଉପଦ୍ରବକାରୀଙ୍କୁ ଘଉଡାଇ ଦେଇଛି। ୨୦୨୩ ମେ’ରେ ସଂରକ୍ଷଣକୁ ନେଇ କୁଜି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଏପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଘରଦ୍ଵାର ଛାଡି ପଳାଇଛନ୍ତି। ରାଜ୍ୟରେ ଗତ ଫେବ୍ରୁଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଜୋରାମର ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ। ଏଥି ସହିତ ମିଜୋରାମ ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ। ଏହାର ଅବ୍ୟବହିତ ପୂର୍ବରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈରବି-ସୌରାଙ୍ଗ ରେଳ ଲାଇନର କ୍ଷେତ୍ରୀୟ ନିରୀକ୍ଷଣ କରିଛନ୍ତି। ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ  ୩ ସପ୍ତାହକୁ ଥରେ ମିଜୋରମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରର୍ସିଟି ଟ୍ରେନ ଚଳାଚଳ କରିବ। ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟ୍ ରେ ଗଡ଼ିବ। ଏହି ପ୍ରକଳ୍ପ ପାଇଁ ବଜେଟରେ ଆବଣ୍ଟନ ୨ ହଜାର କୋଟିରୁ ୧୦ ହଜାର କୋଟିକୁ ବଢ଼ିଛି। ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି। ଯେଉଁଥିରେ  କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି। ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।