News7 Logo

ବିଜେଡି ଯେହେତୁ ବିରୋଧୀ ଦଳର ଭୂମିକା ନେଇପାରୁ ନାହିଁ କଂଗ୍ରେସର କ୍ରିୟାଶୀଳତାକୁ ଲୋକେ ଅନୁଭବ କରୁଛନ୍ତି

NEWS7
Bhakta Das

ଭୁବନେଶ୍ବର ୩୯: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, ଭୂପିନ୍ଦର ବାବୁ ଠିକ୍ କହିଛନ୍ତି । ସେ ଜଣେ  ଅନୁଭବୀ ନେତା । କଂଗ୍ରେସରେ ଆଗରୁ ଥିଲେ । ବିରୋଧୀ ଦଳ ନେତା ମଧ୍ୟ ଥିଲେ । କଂଗ୍ରେସ ବିଚାରଧାରା ସହିତ ତାଙ୍କର ସମର୍ଥନ ଅଛି । ସେ ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ । ୫୧ ବିଧାୟକ ଥାଇ ବିଜେଡି ଯେହେତୁ ବିରୋଧୀ ଦଳର ଭୂମିକା ନେଇପାରୁ ନାହିଁ କଂଗ୍ରେସ କ୍ରିୟାଶୀଳତାକୁ ଲୋକେ ଅନୁଭବ କରୁଛନ୍ତି । ବିଜେଡିର ଅନେକ ନେତାଙ୍କ ମତ ଭୂପିନ୍ଦର ବାବୁଙ୍କ ଭଳି । କଂଗ୍ରେସ ଏଠାରେ ବିରୋଧୀ । ଯେଉଁମାନେ ବିଜେପି ବିରୋଧୀ, ବିଜେପି ସହିତ ମିଶି କାମ କରିବେ ନାହିଁ ସେମାନେ କଂଗ୍ରେସ ଆସିବା ସ୍ବାଭାବିକ କଥା । ଭୂପିନ୍ଦର ବାବୁ ସିଦ୍ଧାନ୍ତିକ ମତ ରଖିଛନ୍ତି । ଅନେକ ବିଜେଡି ନେତା ଯେଉଁମାନେ ବିଜେପି ବିରୋଧୀ ସେମାନେ ଏହିଭଳି ମତ ରଖୁଛନ୍ତି । ବିଜେଡି-ବିଜେପି ସମ୍ପର୍କକୁ ନେଇ ଆମେ ଯାହା କହୁଥିଲୁ ତାହା ଭୂପିନ୍ଦର ସିଂ କହିଛନ୍ତି ।

ଭୂପିନ୍ଦର ବାବୁ କଂଗ୍ରେସ ଫେରିବେ କି ପ୍ରଶ୍ନରେ ଭକ୍ତ କହିଛନ୍ତି, ସେ କଂଗ୍ରେସ ଲୋକ । ନୂଆ କଥା କ’ଣ ? ସମସ୍ତେ ଫେରିଛନ୍ତି । ବିଜେପି ବିରୋଧୀ ଓ ସମୋଭାବାପଣ ଲୋକ ସେମାନେ ଏଭଳି ଚିନ୍ତା କରୁଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଓ ବିଧାନସଭାରେ ବିଜେଡି ଯଦି ବିଜେପି ସହିତ ଯିବ ତେବେ ଅନେକ ବିଜେଡି ନେତା ସିଧାନ୍ତିକ ନିଷ୍ପତ୍ତି ନେବେ ସେତେବେଳେ ଭୟଙ୍କର ରୂପ ନେବ ।