News7 Logo

ସାପ୍ତାହିକ ହାଟରେ ଚାଲିଛି ଖୁଲମଖୁଲା ଜୁଆ ଖେଳ, ପୋଲିସ ସାଜିଛି ନୀରବ ଦ୍ରଷ୍ଟା

NEWS7
Karanjia

କରଞ୍ଜିଆ ୧୪।୯: ସାପ୍ତାହିକ ହାଟରେ ବେଧଡ଼କ ଭାବେ ଚାଲିଛି ଖୁଲମଖୁଲା ଜୁଆ ଖେଳ । ଏଥିରେ କୌଣସି ପ୍ରତିବନ୍ଧକ ଲଗାଇ ପାରୁନି ପୋଲିସ । ଦିନ ଦ୍ବିପ୍ରହରରେ ହାଟ ମଝିରେ ବିନା ପ୍ରତିବନ୍ଧକରେ ଖୁଲମଖୁଲା ଭାବେ ଜୁଆ ଖେଳ ଚାଲୁ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । କରଞ୍ଜିଆ ଥାନା ତାଟ ସାପ୍ତାହିକ ହାଟରେ ଜୁଆ ଖେଳ ଦୃଶ୍ୟ  ଦେଖିବାକୁ ମିଳିଛି ।

କରଞ୍ଜିଆ ଥାନା ଅଞ୍ଚଳର ତାଟ ସାପ୍ତାହିକ ହାଟରେ ପୋଲିସକୁ ନଡରି  ନିର୍ଭୟରେ ଖୁଲମଖୁଲା ଭାବେ ଜୁଆ ଖେଳ ଚାଲିଛି । ତେଣୁ ଅନ୍ୟ ସବୁ ସାପ୍ତାହିକ ହାଟ ମାନଙ୍କରେ ମଧ୍ୟ ଏଭଳି ଖୁଲମଖୁଲା ଜୁଆ ଖେଳ ଚାଲୁଥିବା ନେଇ ଅନୁମାନ କରି ହେଉଛି । ତେବେ କରଞ୍ଜିଆ ପୋଲିସ ସାପ୍ତାହିକ ହାଟ ମାନଙ୍କରେ ଚାଲିଥିବା ଜୁଆ ଖେଳ ବିଷୟରେ ନଜାଣିବା ଭଳି ଅଭିନୟ କରୁଛି ନା ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ଦିନରେ ଯଦି ଏହି ଜୁଆ ଖେଳରେ ପୋଲିସ ରୋକ୍ ନଲଗାଏ ତେବେ ଅନେକ ଲୋକ ନିଜର ସର୍ବସ୍ବ ହରାଇବେ ଏଥିରେ କୌଣସି ସନ୍ଦେହ ନାହିଁ ।