LIVE TV

ଗୋରୁ ଚରାଇବା ବେଳେ ବିନ୍ଧିଲା ମହୁମାଛି : ଜଣେ ମୃତ, ଜଣେ ଗୁରୁତର

NEWS7
Keonjhar

କେନ୍ଦୁଝର ୭।୧୦: ମହୁମାଛି ନେଲା ଜଣଙ୍କ ଜୀବନ  ଗୋରୁ ଚରାଇବା ସମୟରେ ଆକ୍ରମଣ କରିଥିଲା ମହୁମାଛି । କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ୍‌ର ତଳ ବୈତରଣୀ ଗାଁରେ ଗୋରୁ ଚରାଇବା ସମୟରେ ମହୁମାଛି ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିଲେ । ଫଳରେ ଉଭୟଙ୍କୁ ଧରଣୀଧର ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ହିରୁ ସାଆନ୍ତ ।

ସୂଚନାଯୋଗ୍ୟ ଯେ, ହିରୁ ପ୍ରତିଦିନ ଭଳି ଗୋରୁ ଚରାଇବା ପାଇଁ ଯାଇଥିବା ବେଳେ ହଠାତ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଘରକୁ ଫେରିବା ପରେ ପରିବାର ଲୋକ ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହିରୁ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କର ସ୍ତ୍ରୀ, ତିନି ଝିଅ ଓ ଜଣେ ପୁଅଙ୍କୁ ପ୍ରତିପୋଷଣ କରୁଥିଲେତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପୁଅ କିଛି ଆର୍ଥିକ ସହାୟତା ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି l