LIVE TV

କଂଗ୍ରେସର ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି, ଗଠନ କଲା ଷ୍ଟିୟରିଂ ଓ ମନିଟରିଂ କମିଟି

NEWS7
Odisha Congress formed a steering committee and monitoring committee for the Nuapada by-election

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦଳ ପକ୍ଷରୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛନ୍ତି । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଉକ୍ତ କମିଟି ଦ୍ୱୟ ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରିବାରେ ସମସ୍ତ ଦାୟୀତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଛନ୍ତି ଭକ୍ତ ଦାସ।

ନିର୍ବାଚନ ଷ୍ଟିୟରିଂ କମିଟିରେ କଂଗ୍ରେସ ନେତା ସପ୍ତଗିରି ଉଲ୍ଲାକା, ଦେବାଶିଷ ପଟ୍ଟନାୟକ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅଶୋକ ଦାସ, ସାଗର ଚରଣ ଦାସ, କାଡରକା ଆପାଲା ସ୍ୱାମୀ, ସତ୍ୟଜିତ ଗମାଙ୍ଗୋ, ମଙ୍ଗୁ ଖିଲ, ପବିତ୍ର ସାଉଁଟା ଓ ନିଳମାଧବ ହିକକା ପ୍ରମୁଖ ରହିଛନ୍ତି।

ସେହିପରି ନିର୍ବାଚନ ମନିଟରିଂ କମିଟିରେ କଂଗ୍ରେସ ନେତା ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଅଶିତ ପଟ୍ଟନାୟକ, ଦୌପ୍ରଦୀ ମାଝୀ, ଫକୀର ଜଗତ, ବିଜୟାନନ୍ଦ ଚାଉଳିଆ, ସରୋଜ ପ୍ରଧାନ, ପିନାକୀ ନାରାୟଣ ଦାସ, ସେମ ହେମ୍ବ୍ରମ, ଜ୍ଞାନରଞ୍ଜନ ଦାସ, ଗଣେଶ ସାହୁ, ଅନିଲ ମେହେର, ଅଜିତ ଦାସ, ଜଳନ୍ଧର ନାୟକ, ଅଖିଳ ଭତ୍ରା, ଦିଲ୍ଲୀପ ଦୁରିଆ, ନିର୍ମଳ ନାୟକ, ହରଦିପ ସିଂ ଓ ଅଙ୍କିତ ସିଂଘାଇ ପ୍ରମୁଖ ରହିଛନ୍ତି।