ବୌଦ୍ଧ ୧୧/୦୯: ଗୋପବନ୍ଧୁ ହାଇସ୍କୁଲରେ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା । ଆଉ ୩ ଜଣ ସ୍କୁଲ କର୍ମଚାରୀଙ୍କୁ ନୋଟିସ ଜାରି । ୩ ଜଣ ରୋଷେୟା ତଥା ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଲକ୍ଷ୍ମୀଧର ବେହେରା, ଉମେଶ କହଁର ଓ ଅରବିନ୍ଦ ପ୍ରଧାନ ଙ୍କୁ ନୋଟିସ । ନୋଟିସ ଜାରି କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।

୩ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର ସନ୍ତୋଷଜନକ ନ ମିଳିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ । ପୂର୍ବରୁ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ନୋଟିସ ଜାରି ହୋଇଥିଲା । ୮ ତାରିଖ ରାତିରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିଲେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ର।

ସୂଚନା ଥାଉକି, ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଗୋପବନ୍ଧୁ ହାଇସ୍କୁଲକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଥିଲେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ। ତଦନ୍ତ ରିପୋର୍ଟ ପାଇବା ପରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଦାୟୀ କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ଏମାନଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା DWO । ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ପ୍ରଧାନଶିକ୍ଷକ ତପନ ପତି ଓ ସହକାରୀ ଶିକ୍ଷକ ଅଶ୍ଵିନୀ ନାଏକଙ୍କୁ ନୋଟିସ ଜାରି କରାଯାଇଛି । ଆଗାମୀ ୩ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ।

୩ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନୋଟିସରେ ଉଲ୍ଲେଖ । ଗତ ୮ ତାରିଖ ରାତିରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ବିଡି ମାଗିଥିଲେ ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀର ୪ ଜଣ ଛାତ୍ର । ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ମନା କରିବାରୁ ତାଙ୍କୁ ୪ ଜଣ ମିଶି ମାଡ ମାରି ଲହୁ ଲୁହାଣ କରିଥିଲେ । ଏନେଇ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।