LIVE TV

SI ନିଯୁକ୍ତି ସ୍କାମରୁ ବାହାରିବାରେ ଲାଗିଛି ନୂଆ ଖିଅ, ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବଣିକର ଏମଡି

NEWS7
SI  scam

ଭୁବନେଶ୍ଵର: ଏସଆଇ ନିଯୁକ୍ତି ସ୍କାମରୁ ନୂଆ ନୂଆ ଖିଅ ବାହାରିବାରେ ଲାଗିଛି ଆଜି ଭୁବନେଶ୍ବରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ବଣିକର ତିନି କର୍ମଚାରୀ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଏହି କେଳେଙ୍କାରୀରେ ବଣିକର ନାଁ କାହିଁକି ଏବଂ କେଉଁ ପରିସ୍ଥିତିରେ ଆସିଛି ସେ ସଂପର୍କରେ ଏମାନଙ୍କୁ ପଚରାଉଚରା କରାଯାଇଛି ସେପଟେ ବଣିକର ଏମଡି ସୁବ୍ରତ ଛାଟୋଇ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି

କ୍ରାଇମବ୍ରାଞ୍ଚରେ ବଣିକ ବାବୁ ତିନି ଜଣ ହାଜର ହୋଇଛନ୍ତି ସେମାନଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ ଏସଆଇ ନିଯୁକ୍ତି ଘୋଟାଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଆଜି ଭୁବନେଶ୍ବରର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ବଣିକ କାରବାରର ଅନୁସଂଧ୍ୟାନ କରିଛନ୍ତି ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇଥିବା ବଣିକର ତିନି ଅଧିକାରୀ ହେଲେ ଏଚଆର ମ୍ୟାନେଜର ଶିବୁ ଛାଟୋଇ, ମାର୍କେଟିଂ ମ୍ୟାନେଜର ସିଦ୍ଧାର୍ଧ ନନ୍ଦ ଏବଂ ଆକାଉଟାଣ୍ଟ ରାକେଶ ରାଉତ  ଗତ ୫ ବର୍ଷରେ ବଣିକ କାରବାରର ନେଇ ପ୍ରଶ୍ନ କରିଛନ୍ତି ଯେମିତିକି ପ୍ରଶ୍ନ ନମ୍ବର ୧- ୫ ବର୍ଷରେ କେତେ ପରୀକ୍ଷାର୍ଥୀ ଏଠାରେ ନାଁ ଲେଖାଇଛନ୍ତି

ଏହାର ତାଲିକା କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ବଣିକ ଅଧିକାରୀ  ଗତ ୫ ବର୍ଷ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି ଏଥର ଧରାପଡ଼ିଥିବା ୧୧୪ ଜଣଙ୍କ ମଧ୍ୟରେ ଯେଉଁମାନେ ବଣିକ ସହିତ ସଂପୃକ୍ତ ଥିଲେ ସେମାନଙ୍କ ବାବଦରେ ମଧ୍ୟ ପଚରା  ଉଚରା କରାଯାଇଛି ଆଜି କ୍ରାଇମଵ୍ରାଞ୍ଚ ଅଢେଇ ଘଣ୍ଟା ପଚରାଉଚରା କରିଛି। ତିନି କର୍ମଚାରୀ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପୂର୍ବାହ୍ନ ୧୧ଟା ବେଳେ ହାଜର ହୋଇଥିଲେ ଓ ପଚରାଉଚରା ପରେ ପ୍ରାୟ ୨ଟା ବେଳେ କ୍ରାଇମବ୍ରାଞ୍ଚରୁ ବାହାରିଥିଲେ

ଅନ୍ୟପଟେ ବଣିକର ଏମଡି ସୁବ୍ରତ ଛାଟୋଇ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏସଆଇ ଘୋଟାଲାରେ ୧୧୪ ଆଶାୟୀ ପ୍ରାର୍ଥି ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ ଆଶାୟୀ ପୁର୍ବରୁ ବଣିକରେ କୋଚିଂ ନେଉଥିଲେ ମାତ୍ର ୬ ଜଣ ପିଲାଙ୍କ ମଧ୍ୟରୁ ୪ ଜଣ ପିଲା ୨୦୨୧ରେ ଓ ଆଉ ୨ ଦୁଇଜଣ ପିଲା ୨୦୨୨ ରେ କୋଚିଂ ଶେଷ କରିଥିଲେ  ସେହିପରି ଆହୁରି ଅନେକ କୋଚିଂ ସେଣ୍ଟରର ଛାତ୍ର ମଧ୍ୟ ଗିରଫ ହୋଇଛନ୍ତି ଯେଉଁମାନେ ଏକାଧିକ କୋଚିଂ ସେଣ୍ଟରରେ ପଢୁଥିଲେ । ସେମାନଙ୍କ କୋଚିଂ ସେଣ୍ଟରକୁ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି ସୁବ୍ରତ ଛାଟୋଇ ପ୍ରଶ୍ନ କରିଛନ୍ତି 

ଯେତେବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ଛାତ୍ରଛାତ୍ରୀ ସେତେବେଳେ ଗର୍ବ ଗୌରବରେ ଘର ଲୋକ, ବାହାର ଲୋକ, ଅନଲାଇନ ଅଫଲାଇନ ଇନଷ୍ଟିଚ୍ୟୁଟମାନେ ଛାତ୍ରଛାତ୍ରୀଙ୍କ ଫଟୋ ଖବର କାଜରେ ଛାପିଥାନ୍ତି, ନିଜର କ୍ରେଡିଟ ବୋଲି ବଖାଣିଥାନ୍ତି ଏବେ ୧୧୪ ଜଣଙ୍କ ଫଟୋ ଇଣ୍ଟରନେଟରେ ଘୁରି ବୁଲୁଛି ହେଲେ ଏମାନଙ୍କ ସହ ସଂପର୍କ ଯୋଡ଼ିବାକୁ ସମସ୍ତେ ମନା କରୁଛନ୍ତି