LIVE TV

ଗିରଫ ହେଲେ ସଂଗୀତ ନିର୍ଦ୍ଦେଶକ ସଚିନ୍ ସାଙ୍ଘବୀ, ଶାରିରୀକ ନିର୍ଯାତନା ନେଇ ହୋଇଥିଲା ଅଭିଯୋଗ

NEWS7
sachin

ନୂଆଦିଲ୍ଲୀ ୨୫।୧୦; ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଏବଂ ସଂଗୀତ ନିର୍ଦ୍ଦେଶକ ସଚିନ ସାଙ୍ଘବୀ। ସଚିନ-ଜିଗରଙ୍କ  ସୁପରହିଟ୍ ଯୋଡ଼ି ହିନ୍ଦୀ ସିନେମାକୁ ଅନେକ ହିଟ୍ ଗୀତ ଦେଇଛନ୍ତି। ସେ 'ସ୍ତ୍ରୀ', 'ସ୍ତ୍ରୀ ୨', 'ଭେଡିଆ', 'Munjya', 'ପରମ ସୁନ୍ଦରୀ', 'ଥାମା' ଭଳି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଛନ୍ତି। ହେଲେ ଏବେ ସେ ଫସି ଯାଇଛନ୍ତି । ଶାରିରୀକ ନିର୍ଯାତନାର ଅଭିଯୋଗରେ ସେ ଗିରଫ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଜଣେ ୨୯ବର୍ଷୀୟା ମହିଳା ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଯାହା ଫଳରେ ପୋଲିସ ତାଙ୍କୁ ଗିରଫ କରିଛି।

୨୦୨୪ରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଫେବ୍ରୁଆରି ୨୦୨୪ରେ ସଚିନ୍, ମହିଳାଙ୍କୁ ଇନଷ୍ଟାଗ୍ରାମରେ ମେସେଜ୍ ପଠାଇବା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ପରେ ଦୁଇଜଣ ଫୋନ୍ ନମ୍ବର ପରସ୍ପରକୁ ଦେଇ କଥା ହେବା ଆରମ୍ଭ କରିଥିଲେ। ଏହା ପରେ ସଚିନ୍ ମହିଳାଙ୍କୁ ତାଙ୍କ ଷ୍ଟୁଡିଓକୁ ଡାକିଥିଲେ। ସେ ଆସିବା ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇ ତାଙ୍କୁ ଅନେକ ଥର ଶାରିରୀକ ନିର୍ଯାତନା ଦେଇଥିଲେ। ଏହି ଘଟଣା ପରେ ମହିଳା ଜଣକ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ୍‌ ସଚିନଙ୍କୁ ଗିରଫ କରିଥିଲାପୋଲିସ୍‌ ମହିଳାଙ୍କ ବୟାନ ରେକର୍ଡ କରିଛନ୍ତି ଏବଂ ଅଭିଯୋଗ ସହ ଜଡିତ ପ୍ରମାଣ ଯାଞ୍ଚ କରୁଥିବା କୁହାଯାଉଛି। ତେବେ ଗିରଫ ପରେ ସଚିନଙ୍କୁ ଜାମିନ ମିଳିଥିବା ନେଇ ତାଙ୍କ ଓକିଲ ଦାବି କରିଛନ୍ତି।

କଣ କହିଲେ ସଚିନଙ୍କ ଓକିଲ?

ସଚିନଙ୍କ ଓକିଲ କହିଛନ୍ତି, "ମୋ ମହକିଲଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଏହି ଅଭିଯୋଗ ଗୁଡ଼ିକର କୌଣସି ସତ୍ୟତା ନାହିଁ କି ମାମଲାର କୌଣସି ମୂଲ୍ୟ ନାହିଁ ପୋଲିସ୍‌ ଦ୍ୱାରା ମୋ ମହକିଲଙ୍କୁ ଯେଉଁଭଳି ଭାବରେ ଗିରଫ କରାଯାଇଥିଲା ତାହା ଭୁଲ ଥିଲା। ସେଥିପାଇଁ ସଚିନଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯାଇଥିଲା। ଆମେ ଏହି ସମସ୍ତ ଅଭିଯୋଗର ସମ୍ପୂର୍ଣ୍ଣ ଜବାବ ଦେବୁ। ହେଲେ ଏପର୍ଯ୍ୟନ୍ତ ଏହି ବିବାଦ ଉପରେ ଗାୟକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।