LIVE TV

ବାଇକ୍ ଉପରେ ଚଢିଗଲା ଟ୍ରେଲର : ଘଟଣାସ୍ଥଳରେ ମା’ ମୃତ, ପୁଅ ଗୁରୁତର

NEWS7
Accident

ସୁନ୍ଦରଗଡ ୮।୧୦: ବିଜୁ ଏକ୍ସପ୍ରେସ୍‌ ଓ୍ବେର ଦୁର୍ଘଟଣା । ମା’-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରେଲର । ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା । ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକ ରାଜ୍ୟ ରାଜପଥ ୧୦ (ବିଜୁ ଏକ୍ସପ୍ରେସ୍ ଓ୍ବେରେ ବାଇକ୍ ଉପରେ ଚଢିଗଲା ଟ୍ରେଲର । ଘଟଣାସ୍ଥଳରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ    ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ବିଜୁ ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିଲେ । କୁତ୍ରା ଡିଏସ୍‌ପି ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଦୁର୍ଘଟଣା ଘଟାଇଥିବା ଟ୍ରେଲରଟିକୁ ବଡ଼ଗାଁ ଥାନାରେ ଅଟକ ରଖାଯାଇଛି । ମୃତକ ଜଣକ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଦିଲେଶ୍ୱରି ଦାସ ବୋଲି ଜଣାପଡିଛି ।