LIVE TV

ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ନବରାତ୍ର ଅବସରରେ ଜଣାଇଲେ ଶୁଭେଚ୍ଛା

NEWS7
modi in jharsuguda

ଝାରସୁଗୁଡା ୨୭/୦୯: ଜୟ ଜଗନ୍ନାଥ ଓ ଜୟ ମା ସମଲେଶ୍ବରୀ । ଜୟ ମା ରାମଚଣ୍ଡୀ । ଏମିତି କହି ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନବରାତ୍ର ଲାଗି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ । ନମୋ କହିଥିଲେ ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନିଆଯାଇଥିଲା ।

ବିକଶିତ ଓଡ଼ିଶାର ସ୍ୱପ୍ନ ନେବାକୁ ଶପଥ ନିଆଯାଇଥିଲା । ତାହା ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି । ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି । ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି ।

ଏହାସହ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କହିଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଅତି ପ୍ରଶଂସନୀୟ । ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ । ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ । ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ୍‌ ହେବାକୁ ଯାଉଛି ।

ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସ ଠାରୁ ଆରମ୍ଭ କରି ସିପ୍‌ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ । ସେତିକି ନୁହେଁ ଲୋକେ ଧରିଥିବା ଚିତ୍ର ଗ୍ରହଣ କରିବାକୁ spg କୁ ନିର୍ଦ୍ଦେଶ ଦେଇଥିଲେ । ଛୋଟ ପିଲାଙ୍କ କଳାକୃତିକୁ ପ୍ରଶଂସା କରିଥିଲେ ।