LIVE TV

ଚୋରଙ୍କ ଉତ୍ପାତ୍ତ, ଦୋକାନ ସଟର ତାଡି ଲୁଟି ନେଲେ 6ଲକ୍ଷ ଟଙ୍କାର ମୋବାଇଲ

NEWS7
bhadrak

ଭଦ୍ରକ : ପୂଜାର ମାହୋଲ୍ । ସମସ୍ତେ ପୂଜାରେ ବ୍ୟସ୍ତ। କିନ୍ତୁ ଏପଟେ ଚୋରଙ୍କ ଉତ୍ପାତ୍ତ କମିବାରେ ନାହିଁ। ଦୋକାନ ସଟର ତାଡି ଲୁଟି ନେଲେ 6ଲକ୍ଷ ଟଙ୍କାର ମୋବାଇଲ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଶୁରାଳୀର ଉଚ୍ଚପଦା ଛକରେ ।

 ଉଚ୍ଚପଦାରେ ଥିବା ତପନ ସାହୁଙ୍କ ସିଏମ ମୋବାଇଲ ଷ୍ଟୋରରୁ  ଲୁଟ ହୋଇଛି । ଲୁଟେରା ସଟର ଚାବିକୁ କାଟିବା ସହିତ ସଟର ତାଡି ଦୋକାନରେ ଥିବା ନାମିଦାମୀ ବ୍ରାଣ୍ଡର ପ୍ରାୟ ୬ ଲକ୍ଷ ଟଙ୍କାର ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଅନ୍ୟପଟେ ଭଦ୍ରକ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।