LIVE TV

କିଏ ଏହି ମିଥୁନ୍ ମନହାସ ? ଯିଏ ସମ୍ଭାଳିପାରନ୍ତି BCCIର ଅଧ୍ୟକ୍ଷ ପଦ

NEWS7
Mithun

ମୁମ୍ବାଇ ୨୧।୦୯ : କିଏ ହେବ ବିସିସିଆଇ ନୂଆ ବସ୍‌ ? ରୋଜର ବିନ୍ନିଙ୍କ ପରେ କିଏ ସମ୍ଭାଳିବେ ମଙ୍ଗ ? ଖୁବଶୀଘ୍ର ଏ ଚର୍ଚ୍ଚା ଆଲୋଚନା ଅନ୍ତ ହେବାକୁ ଯାଉଛି । ଦିଲ୍ଲୀ ରଣଜୀ ଟ୍ରଫି ଟିମ୍‌ର ପୂର୍ବ ଅଧିନାୟକ ମିଥୁନ ମନହାସ ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି । ଜମ୍ମୁକାଶ୍ମୀରରେ ଜନ୍ମିତ ଏହି କ୍ରିକେଟର ବିସିସିଆଇର ନୂଆ ସଭାପତି ହେବା ପାଇଁ ରେସ୍‌ରେ ଆଗରେ ରହିଛନ୍ତି ।

ତେବେ ବିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ଆସନ୍ତା ୨୮ରେ ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ନୂଆ ସଭାପତି ଭାବେ ତାଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ମିଥୁନ ଯଦି ସଭାପତି ହୁଅନ୍ତି ତେବେ ପ୍ରଥମ ଥର ପାଇଁ କୌଣସି ଅନକ୍ୟାପ୍ଡ ଖେଳାଳି ବିସିସିଆଇର ନେତୃତ୍ୱ ନେବେ । ଅର୍ଥାତ୍‌ ମିଥୁନ ମନହାସ ପ୍ରଥମ କ୍ରିକେଟର ହେବେ ଯିଏ ଅନ୍ତର୍ଜାତୀୟ କ୍ରିକେଟ୍ ନ ଖେଳିବା ସତ୍ତ୍ୱେ ବିସିସିଆଇର ମୁଖ୍ୟ ହେବେ । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଦୁଲ୍ଲୀପ ଟ୍ରଫିରେ ଉତ୍ତର ଜୋନ୍‌ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସପୋର୍ଟ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଛନ୍ତି ।

୪୫ ବର୍ଷୀୟ ମିଥୁନ ରୋଜର ବିନ୍ନିଙ୍କ ଜାଗା ନେବେ । ଯିଏକି କର୍ଣ୍ଣାଟକ କ୍ରିକେଟ ସଂଘରୁ ଆସିଥିଲେ  ଏବଂ ଭଟ୍ଟ ବି ସେହିଠାରୁ ଥିଲେ । ଭଟ୍ଟଙ୍କୁ କୋଷାଧକ୍ଷର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବାର ସମ୍ଭାବନା ରହିଛି । ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି, ହରଭଜନ ସିଂହ ଏବଂ ରଘୁରାମ ଭଟ୍ଟଙ୍କ ପରି ପୂର୍ବ ଭାରତୀୟ କ୍ରିକେଟର ଥିବା ସତ୍ତ୍ୱେ ମିଥୁନ ସଭାପତି ରେସ୍‌ରେ ଆଗରେ ରହିଛନ୍ତି ।