ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ LIC ଅଫିସ ସମ୍ମୁଖ ମ୍ୟୁନିସପାଲିଟିର ୩୧ନମ୍ବର କ୍ୟାବିନ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଅପରାଧୀ ଧରାପଡ଼ିବା ସହ ମର୍ଡର କେସର ପୂରା ସତ ଆସିଛି ସାମ୍ନାକୁ।

ମୃତ ମହିଳା ବନିତା ରାଉତଙ୍କୁ ହତ୍ୟା କରିଥିବା ଧରମ ଭାଇ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସନ୍ତୋଷ ପରିଡ଼ାଙ୍କୁ ପାଣିକୋଇଲି ଅଞ୍ଚଳରୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ। ପରକିୟା ପ୍ରୀତି ଓ ଟଙ୍କା ପାଇଁ ଏମିତି  ହତ୍ୟାକାଣ୍ଡ ହୋଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେବା ସହ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ସନ୍ତୋଷକୁ ବିଚାରବିଭାଗୀୟ ହାଜତକୁ ପଠାଇଛି ପୋଲିସ

 ଅଭିଯୁକ୍ତ ସନ୍ତୋଷଙ୍କ ବିରୋଧରେ ବିଏନଏସ ୧୦୩ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସନ୍ତୋଷଙ୍କୁ ରିମାଣ୍ଡରେ ଆଣି ହତ୍ୟାକାଣ୍ଡର ସିନ ରିକ୍ରିଏସନ କରାଯିବା। ଏହା ସହ  ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ। ଆନ୍ୟପଟେ ବନିତାଙ୍କ ସ୍ଵାମୀ ଅତୁଲ୍ୟ ରାଉତ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି