LIVE TV

ସମସ୍ତେ ଇଣ୍ଡିଆ-ପାକିସ୍ତାନ ଫାଇନାଲରେ ମସଗୁଲ, ଏପଟେ ମନ୍ଦିରରୁ ଚୋରି

NEWS7
Baranga

ବାରଙ୍ଗ : ମନ୍ଦିରକୁ ବି ଛାଡ଼ିଲେନି ଚୋର। ଶନିବାର ବିଳମ୍ବିତ ରାତିରେ ଜଣେ ଚୋର ନରଣପୁର ରାମେଶ୍ବର ମନ୍ଦିରରୁ ତାଲା ଭାଙ୍ଗି ଚୋରି କରିଛି। ସବୁଠାରୁ ବଡ କଥା  ଚୋର ଇଣ୍ଟର ଲକ ତାଲା ଭାଙ୍ଗି ଚୋରି କରିଛି। ମନ୍ଦିର ନନାଙ୍କ ଘର ଓ ମନ୍ଦିର ହୁଣ୍ଡିର ଇଣ୍ଟର ଲକ ଭାଙ୍ଗି ପିତଳ ବାସନ, ଘଣ୍ଟ ଓ ଟଙ୍କା ଚୋରି କରିଛି। ଘଟଣା ସ୍ଥଳରେ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ପହଞ୍ଚି ମନ୍ଦିର ସିସିଟିଭି ଦେଖି ତଦନ୍ତ ଆରମ୍ଭ କରିଛନ୍ତି।

କ୍ରିକେଟ ଖେଳ ଫାଇଦା ନେଇଛି ଚୋର। ସମସ୍ତେ ଇଣ୍ଡିଆ-ପାକିସ୍ତାନ ଫାଇନାଲ ଖେଳରେ ମସଗୁଲ  ଥିବା ବେଳେ ଚୋର ମନ୍ଦିରରେ ବୁଲାଇଲା କଳାକନା । ପ୍ରତ୍ୟେକ ଦିନ ରାତିରେ ମନ୍ଦିରର ପୂଜକ ମନ୍ଦିରରେ ରୁହନ୍ତି। ହେଲେ  କ୍ରିକେଟ ମ୍ୟାଚ ଥିବାରୁ ପୂଜକ ଖେଳ ଦେଖିବାରେ ମଜ୍ଜି ଯାଇଥିଲେ। ଆଉ ଆସି ପରିନଥିଲେ। ସୋମବାର  ଭୋରୁ ମନ୍ଦିର ପୂଜକ ମନ୍ଦିରକୁ ଆସିବା ପରେ ଚୋରୀ ସମ୍ପର୍କରେ ଜାଣି ମନ୍ଦିର କମିଟି ଓ ପୋଲିସକୁ ଜଣାଇଥିଲେ।