ପୁରୀ: ପାର୍ବଣରେ ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଘରେ ପଶି ମାଆ ପୁଅ ଓ ତାଙ୍କ ସାଙ୍ଗକୁ ହାଣିଲେ। ବାସେଳୀ ସାହି ଥାନା ମିଶ୍ର ସାହି ତ୍ରୀଦେବୀ ନଗରରେ ଘଟିଛି ଘଟଣା। ଆକ୍ରମଣର ଶିକାର ହୋଇଛନ୍ତି ଜ୍ୟୋସ୍ନା ଦାସ, ଦୀପକ ଦାସ ଓ ତାଙ୍କ ସାଙ୍ଗ ନୃସିଂହ ସାହୁ।

ଜ୍ୟୋସ୍ନାଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୁତ୍ତ। ଏହାକୁ ପ୍ରତିବାଦ କରିବାରୁ ପୁଅ ଦୀପକର ବେକ ଓ ନୃସିଂହର ହାତ ଓ ପିଠିକୁ ଆକ୍ରମଣ କରିଛନ୍ତି ଦୁଇଜଣ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ବାସେଳୀ ସାହି ଥାନା ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।