ଭୁବନେଶ୍ବର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ବଡ଼ ଖୁଲାସା। ଦୁଷ୍କର୍ମ ମାମଲାର ତଦନ୍ତବେଳେ ଠାବ ହେଲା ସେକ୍ସ ରାକେଟ। ଖାଲି ସେତିକି ନୁହେଁ ସେକ୍ସ ରାକେଟର ରାଣୀ ମହୁମାଛି ସହ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଘର ମାଲିକ ସଞ୍ଜୀବ ଦାସ ଓ ଦଲାଲ ଅବିନାଶ ମୁଦୁଲି। ଘର ମାଲିକ ଏବଂ ଦଲାଲ ଅବିନାଶ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସୂଚନାଥାଉକି, ଶୁକ୍ରବାର ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳର ଏକ ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ,  ନାବାଳିକା ଜଣକ ଗଣବଳାତ୍କାରର ଶିକାର ହୋଇଛନ୍ତି।

ଏପର୍ଯ୍ୟନ୍ତ ପୀଡ଼ିତାଙ୍କ ଘର ବିହାର ଜଣାପଡ଼ିଥିବାବେଳେ, ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଅଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ । ନାବାଳିକାର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ।