News7 Logo

ରବିବାର ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ନଦୀ ଅବବାହିକା ତଳିଆ ଅଞ୍ଚଳରେ ପଶିବ ପାଣି

NEWS7
Flood Update

ଭୁବନେଶ୍ବର ୯: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା । ରବିବାର ସନ୍ଧ୍ୟାରେ ୬ଟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପଶିବ ପାଣି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ୨୪ ଗେଟ୍‌ରେ ନିଷ୍କାସନ ହେଉଥିଲା । ୬୨୬.୩୫ ଫୁଟ ଜଳ ହୀରାକୁଦରେ ଜଳ ଅଛି । ୩.୮୫ ଲକ୍ଷ କ୍ୟୁସେକ୍ ଜଳ ପଶୁଥିବା ବେଳେ ୪.୨୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଜଳ କମୁଥିବାରୁ ଆଉ ଚାରି ଗେଟ୍ ବନ୍ଦ ହେଲା । ରବିବାର ସନ୍ଧ୍ୟା ୬ଟାରେ ୫.୫୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ । ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ । ଏହା କମିବ, ହେଲେ ବଢିବ ନାହିଁ । ତେଣୁ ବିପଦ ଆସିବ ନାହିଁ । ତେଲ ନଦୀରେ ବି ବର୍ଷା ନାହିଁ । ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି । ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟେ ଗେଟ୍ ବନ୍ଦ ହେବ । କୌଣସି ନଦୀରେ ବନ୍ୟା ନାହିଁ । କେବଳ ଜଳକା ବିପଦ ସଂକେତ ଉପରେ ଅଛି । ଆଉ ଘଣ୍ଟାଏରେ ଏହା ବିପଦମୁକ୍ତ ହୋଇଯିବ । କାରଣ ଜଳସ୍ତର କମୁଛି । ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି । କେବଳ ୧୦ ବ୍ଲକରେ ୫୦ ମିମି ବର୍ଷା ହୋଇଛି । କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି । ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।