କଟକ: ଚଳିତ ବର୍ଷ କଟକ ଦୁର୍ଗାପୂଜାରେ ଦେଖିବାକୁ ମିଳିବ ମୁମ୍ବାଇ, କୋଲକାତା ଓ ସିକ୍କିମର ମେଲୋଡି ପାର୍ଟିକୁ। ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ପ୍ରଥମ ଥର ପାଇଁ ରାଜ୍ୟ ବାହାରର ଏହି ମୋଲୋଡି ପାର୍ଟିଙ୍କୁ ଆଣିବାକୁ ଯୋଜନା କରିଛି। ଖାଲି ସେତିକି ନୁହେଁ ମେଲୋଡି ପାର୍ଟିରେ ବଲିଉଡର କିଛି କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିବ ବୋଲି ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି।

ବାଦାମବାଡ଼ିରେ ମେଲୋଡି କାର୍ଯ୍ୟକ୍ରମ ଯୋଗୁଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଥିବାରୁ ଚଳିତ ବର୍ଷ ପାଲାମଣ୍ଡପ ନିକଟରେ ଥିବା ପୁରୁଣା ପୁରୀ ବସଷ୍ଟାଣ୍ଡରେ ପୂଜା କମିଟି ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରିବ।