LIVE TV

ଚେକିଂ ବେଳେ କାର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଦୁଇ ଜଣ ଗିରଫ

NEWS7
Arrest

ଚୌ ୨୭।୯: ପାର୍ବଣକୁ ଦୃଷ୍ଟିରେ ରଖି ଅପରେସନ 'ପ୍ରହାର'କୁ ଜୋରଦାର କରିଛି ପୋଲିସ । କଟକ ଜିଲ୍ଲା ଟାଙ୍ଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ ଜାରି ରହିଛି ଜାତୀୟ ରାଜପଥ ଉପରେ ମଧ୍ୟ ପୋଲିସ ଜୋରସୋରରେ ଚେକିଂ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟା ସମୟରେ ଜାତୀୟ ରାଜପଥ ୧୬ ମଙ୍ଗୁଳି ଛକରେ ଚେକିଂ ଚାଲିଥିଲା । ସେହି ସମୟରେ ଏକ କାର୍‌କୁ ସନ୍ଦେହ କରିଥିଲା ପୋଲିସ । ସେହି କାର୍‌ଟିକୁ ଚେକିଂ କରିବା ପରେ ସେଥିରୁ ୨୭ କେଜି ଗଞ୍ଜେଇ ମିଳିଥିଲା । କାର୍ ସହ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଦୁଇଟି ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି ।

ତେବେ କାର୍‌ଟି ଢେଙ୍କାନାଳରୁ ବାଲେଶ୍ଵର ଯାଉଥିବା ଜଣାପଡିଛି । ତେବେ ଏହି ଚୋରା ଗଞ୍ଜେଇ ବେପାରର ଚେର କେତେ ବାଟ ଲମ୍ବିଛି, ଗିରଫ ଦୁଇ ଜଣଙ୍କ ସହ ଆଉ କିଏ କିଏ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଛି । ଏ ନେଇ ଚୌଦ୍ଵାର ଏସ୍‌ଡିପିଓ ଉମାକାନ୍ତ ନାୟକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।