LIVE TV

ରାଜସ୍ଥାନର ସୱାଇ ମାନ ସିଂହ ହସ୍ପିଟାଲରେ ବଡ଼ ଅଘଟଣ, ନିଆଁ ଲାଗି ଚାଲିଗଲା ୬ଜଣ ରୋଗୀଙ୍କ ଜୀବନ

NEWS7
hospital

ନୂଆଦିଲ୍ଲୀ ୦୬।୧୦; ରାଜସ୍ଥାନ ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବଡ଼ ଅଘଟଣ । ନିଆଁ ଲାଗି ଚାଲିଗଲା ୧୧ଜଣ ରୋଗୀଙ୍କ ଜୀବନ । ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ବ୍ୟାପି ଯାଇଥିଲା , ଯାହା ଫଳରେ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା ।

ରବିବାର ରାତିରେ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଥିବା ଆଇସିୟୁ ୱାର୍ଡରେ ନିଆଁ ଲାଗିଛି । ଅନେକ ରୋଗୀ କୋମାରେ ଥିଲେ । ମୋଟ ୧୧ ଜଣ ଟ୍ରମା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ସବୁ ଜଳିପୋଡି ପାଉଁଶ ହୋଇଛି । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ଥିଲେ । ନିଆଁର ପ୍ରକୋପ ଦେଖି, ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ତୁରନ୍ତ ନିଆଁ ଲିଭାଇବା ସହ ରୋଗୀମାନଙ୍କୁ ସେମାନଙ୍କ ବେଡରୁ ବାହାର କରିବାକୁ ଲାଗିଲେ । ଟ୍ରମା କେୟାର ସେଣ୍ଟର ଇନଚାର୍ଜ ଅନୁରାଗ ଢାକଡ ପ୍ରଥମ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏହା ବଢି ୮ରେ ପହଞ୍ଚିଛି । ସେ କହିଛନ୍ତି,'' ସର୍ଟ ସର୍କିଟି ଯୋଗୁ ନିଆଁ ଲାଗିଛି । ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା । ଅଧିକାଂଶ ରୋଗୀ କୋମାରେ ଥିଲେ । ଇଲେକ୍ଟ୍ରି ନିଆଁରୁ ଟକ୍ସିକ୍ ଗ୍ୟାସ ବାହାରିଥିଲା । 

ରାଜସ୍ଥାନ ମନ୍ତ୍ରୀ ଜବାହାର ସିଂହ ବେଦମ ଏସଏମଏସ ହସ୍ପିଟାଲ ଅଗ୍ନିକାଣ୍ଡ ବିଷୟରେ କହିଛନ୍ତି, "ସର୍ଟ ସର୍କିଟ ଯୋଗୁଁ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସେଠାରେ ପହଞ୍ଚିଥିଲେ । ଘଟଣା ଦୁର୍ଭାଗ୍ୟଜନକ । କିଛି ଲୋକ ପ୍ରାଣ ହରାଇଛନ୍ତି । ୨୪ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଆମର ପ୍ରାଥମିକତା । ଘଟଣା ବିଷୟରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତୁରନ୍ତ ହସ୍ପିଟାଲରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି ।​​​​​​​ଘଟଣା ପରେ, ହସ୍ପିଟାଲ ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି।