News7 Logo

ପାରାଦୀପ ବନ୍ଦରରେ ଏମ୍‌ଭି ଡେନସା ଲାୟନ ଜାହାଜ ଗିରଫ, ବକେୟା ରହିଛି ୪୨ଲକ୍ଷ ୭୨ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା

NEWS7
Paradeep

ପାରାଦୀପ ୧୭୯: ପାରାଦୀପ ବନ୍ଦରରେ ଜାହାଜ ଏମ୍‌ଭି ଡେନସା ଲାୟନ ଗିରଫ । ୪୨ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ୱ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଜାହାଜଟି ଗିରଫ ହୋଇଥିବା ଜଣାପଡିଛି । ଏହି ଗିରଫ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଜାହାଜଟି ଆଙ୍କରେଜରେ ରହିବ । ଆଇରନ ପ୍ଲେଟ ନେବା ପାଇଁ ପାରାଦୀପ ଆସିଛି ଏମ୍‌ଭି ଡେନସା ଲାୟନ ।

ବର୍ତ୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ରୁ ଉର୍ଦ୍ଧ୍ୱ ଜାହାଜ ପାରାଦୀପ ବନ୍ଦରରେ ଗିରଫ ହୋଇସାରିଛନ୍ତି । ଗିରଫ ହେବା ପରେ କୋର୍ଟରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ଟି ଜାହାଜ ଟଙ୍କା ପୈଠ କରି ମୁକୁଳିଥିବା ବେଳେ ପରବର୍ତ୍ତୀ ଶୁଣାଣି ଉପରେ ଏହି ଏମ୍‌ଭି ଡେନସା ଲାୟନ ଜାହାଜର ଭାଗ୍ୟ ନିର୍ଭର କରୁଛି ।