News7 Logo

ବଲାଙ୍ଗିରରେ ବଢ଼ୁଛି ନିଶା କାରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କଲେ ବିଧାୟକ ଓ ପୋଲିସ ପ୍ରଶାସନ

NEWS7
Bolangir

ବଲାଙ୍ଗିର ୩୯: ବଲାଙ୍ଗିରରେ ବଢିଚାଲିଛି  ନିଶା କାରବାର ସହ ନିଶା ସେବନକାରୀଙ୍କ ସଂଖ୍ୟା । ଏନେଇ ଲୋକଙ୍କୁ ସଚେତନ କରିବା ସହ ନିଶାକୁ ନା କରିବାର ସମୟ ଆସିଛି । ଏଭଳି କିଛି ଚିନ୍ତାଧାରା ନେଇ ବଲାଙ୍ଗିରରେ ନିଶାକୁ ନା କରି କରାଯାଉଛି ସଚେତନତା କାର୍ଯ୍ୟକ୍ରମ । ଏନେଇ ବଲାଙ୍ଗିର ପୌରପରିଷଦ ଅଧକ୍ଷତାରେ ବଲାଙ୍ଗିର ଟାଉନ ଥାନା ପୋଲିସ କରିଛି ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ । ଏଥିରେ ନିଜେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଉପସ୍ଥିତ ରହି ଲୋକଙ୍କୁ ନିଶାଠୁ ଦୂରରେ ରହିବା ପାଇଁ ବାର୍ତ୍ତା ଦେଇଥିଲେ । ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସହରର ମୁଖ୍ୟ ୧୦ରୁ ଅଧିକ ଛକରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ତେବେ ଆଜି ଦିନରେ ନିଶା ପାଇଁ ଲୋକଙ୍କ ଘର ଭାଙ୍ଗିଯାଉଛି, ନିଶା ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି, କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ବିଭିନ୍ନ ରୋଗରେ । ସେହିପରି ନିଶା ସେବନ କରି ଯୁବ ପିଢ଼ି ଅସାମାଜିକ କାର୍ଯ୍ୟ କରୁଛନ୍ତି, ହତ୍ୟା କରୁଛନ୍ତି । ତେବେ ଏଭଳି ପରିସ୍ଥିତି ପଛରେ ନିଶା ମୁଖ୍ୟତଃ ଗୋଟିଏ କାରଣ ତେବେ ଏହାକୁ ବନ୍ଦ କରିବାକୁ ପଡିବ ବୋଲି କହିଛନ୍ତି ଓ ଲୋକଙ୍କୁ ସଚେତନ କରିଛନ୍ତି । ସେହିପରି ନିଶା ପାଇଁ କ’ଣ ସବୁ ଆଇନ ରହିଛି ତାହାକୁ ନେଇ ମଧ୍ୟ  ପୋଲିସ ଲୋକଙ୍କୁ ସଚେତନ କରିଛି ।