LIVE TV

ଉଡିବନି ଭାରତୀୟ ସେନାର ପୁରୁଣା ସାଥୀ, ଅବସର ନେବ ମିଗ୍-୨୧ ଯୁଦ୍ଧବିମାନ

NEWS7
mig_21

ନୂଆଦିଲ୍ଲୀ ୨୬/୦୯: ଆଉ ଆକାଶରେ ଉଡିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି  ।  

କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ ।  ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି ।  ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ ।

ସୂଚନା ଥାଉକି, ୧୯୬୩ରେ ଭାରତୀୟ ସେନାରେ ପ୍ରବେଶ କରିଥିଲା ମିଗ୍-୨୧ । ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଛି ମିଗ୍-୨୧ । 
କାର୍ଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ । ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ନଷ୍ଟ କରିଥିଲା । ଚଣ୍ଡୀଗଡ଼ରେ ଭବ୍ୟ ସମାରୋହରେ ମିଗ୍‌-୨୧କୁ କରାଯିବ ସେବାନିବୃତ । ଏହାକୁ ଉଡ଼ାଇଥିବା ସମସ୍ତ ପାଇଲଟଙ୍କୁ ନିମନ୍ତ୍ରଣ ଦିଆଯାଇଛି । 

ବାୟୁସେନାର ୧ ହଜାର ପାଇଲଟ ଏହାର ସାକ୍ଷୀ ସାଜିବେ । ୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍‌-୨୧ର ଅବଦାନକୁ ପୁଣିଥରେ ମନେ ପକାଯିବ । 
ଏକାସଙ୍ଗରେ ୬ଟି ମିଗ୍‌-୨୧ ବିମାନ ଶେଷ ଉଡ଼ାଣ ଭରିବେ । ମିଗ୍‌-୨୧ ସହ ତେଜସ୍ ମଧ୍ୟ ଉଡ଼ାଣ ଭରିବ । ମିଗ୍-୨୧ର ଉତ୍ତରାଧିକାରୀ ଭାବେ ସାଥୀରେ ଉଡ଼ିବ ତେଜସ୍ । ଚଣ୍ଡୀଗଡ଼କୁ ଏୟାରବେସକୁ ପ୍ରଥମେ ଆସିଥିଲା ମିଗ୍-୨୧, ତେଣୁ ଏଠାରେ ବିଦାୟ ଦିଆଯିବ । 

ଏହି ଯୁଦ୍ଧବିମାନ ଭାରତର ପ୍ରଥମ ସୁପରସୋନିକ ଲଢୁଆ ଯୁଦ୍ଧ ବିମାନ ଥିଲା । ଭାରତ ଏକାସଙ୍ଗରେ ୮୭୪ ମିଗ୍-୨୧ ବିମାନ କିଣିଥିଲା । ଅପରେସନ ସିନ୍ଦୂର ସମୟରେ ଶତ୍ରୁ ଦେଶକୁ କଡ଼ା ଜବାବ ଦେଇଥିଲା ମିଗ୍-୨୧ । ଭାରତୀୟ ବାୟୁସୀମାରେ ସେନାର ସୁରକ୍ଷାକବଚ ସାଜିଥିଲା ମିଗ୍-୨୧