LIVE TV

ମିଥୁନ ରାଶି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ମିଳିବ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ

NEWS7
Know your Horoscope for Wednesday 1st October 2025.

ମେଷ- ଧୈର୍ଯ୍ୟ ଓ ସଂଯମତା ପରୀକ୍ଷା ଦେବାକୁ ପଡ଼ିବ। ଅନାବଶ୍ୟକ କଥାକୁ ଏଡ଼ାଇ କେବଳ କର୍ମ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବେ ଏବଂ ମାନସିକ ଶାନ୍ତି ପାଇବେ।

ବୃଷ- ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମ୍ପର୍କ ମଧୁର ରହିବ ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଶୁଭ ଅଟେପୁରୁଣା ନିବେଶରୁ ଲାଭ ମିଳିବାର ଯୋଗ ଅଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ଅଧିକ କାର୍ଯ୍ୟଭାର ଯୋଗୁ କ୍ଲାନ୍ତ ନୁଭବ କରିପାରନ୍ତି।

ମିଥୁନ- କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଗଣମାଧ୍ୟମ କିମ୍ବା ବ୍ୟବସାୟରେ ନୂତନ ପ୍ରୋଜେକ୍ଟ ପାଇଁ ସମୟ ଅନୁକୂଳ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। କିନ୍ତୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ, ନଚେତ୍ ଭୁଲ ବୁଝାମଣା ହୋଇପାରେ।

କର୍କଟ- ଘର କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଭଲ ଖବର ମିଳିପାରେ ଦିନଟି ଭାବନା ଏବଂ ସୃଜନଶୀଳତା ପାଇଁ ଉତ୍ତମ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂର ଯାତ୍ରା ଆନନ୍ଦଦାୟକ ହେବ।

ସିଂହ- ଯୋଗାଯୋଗ ଦକ୍ଷତା ସଫଳତା ଆଣିବ। କାର୍ଯ୍ୟକ୍ଷେତ୍ରରେ ନୂତନ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ପରିଚିତ ଲୋକଙ୍କ ସହ ଅନ୍ତରଙ୍ଗ ଭେଟ ହେବାର ସମ୍ଭାବନା ଅଛି।

କନ୍ୟା- ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଚାପରୁ ଦୂରେଇ ରହିବା ପାଇଁ ଯୋଗ କିମ୍ବା ଧ୍ୟାନ କରନ୍ତୁ। ଆର୍ଥିକ ଯୋଜନା କରିବା ଏବଂ ବିନିଯୋଗ ପାଇଁ ଦିନଟି ଭଲ ଅଛି। ପରିବାରରେ ଆପଣଙ୍କର ଯତ୍ନ ଓ ଗମ୍ଭୀରତା ପ୍ରଶଂସା ପାଇବ।

ତୁଳା- ସୂର୍ଯ୍ୟଙ୍କ ପ୍ରଭାବରୁ ଆତ୍ମବିଶ୍ୱାସରେ ବୃଦ୍ଧି ଦେଖାଦେବ। କ୍ୟାରିୟରରେ ଶୁଭଫଳ ମିଳିବାର ପ୍ରବଳ ଯୋଗ ଅଛି। ନୂତନ ଆରମ୍ଭ କିମ୍ବା ପ୍ରସ୍ତାବ ପାଇଁ ଦିନଟି ଶୁଭ ଅଟେ। ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରହିବେ।

ବିଛା- ଆପଣଙ୍କ ବୁଦ୍ଧି ଏବଂ ପ୍ରଚେଷ୍ଟା ଆପଣଙ୍କୁ ସଫଳତା ଦେବାରେ ସାହାଯ୍ୟ କରିବ ଧୈର୍ଯ୍ୟ ରଖନ୍ତୁ। ଧନ ଏବଂ ଅର୍ଥର ମହତ୍ତ୍ୱକୁ ବୁଝି ନୂତନ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ। ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ ରହିବା ଆବଶ୍ୟକ।

ଧନୁ- ଚନ୍ଦ୍ରମା ରାଶିରେ ରହିଥିବାରୁ ସୃଜନାତ୍ମକ କାର୍ଯ୍ୟ ଆଦୃତ ହେବ। ନିଜର ବ୍ୟକ୍ତିତ୍ୱ ଏବଂ ପ୍ରତିଭା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ବଡ଼ ଭାଇ କିମ୍ବା ପିତାଙ୍କ ସହଯୋଗ ମିଳିବ।

ମକର- ଅଧିକ ପରିଶ୍ରମୀ ହେବାକୁ ପଡ଼ିବକିନ୍ତୁ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ କଠିନ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଭାଇଭଉଣୀଙ୍କ ଠାରୁ ସମର୍ଥନ ମିଳିବ। ଆତ୍ମ ଚିନ୍ତନ ଏବଂ ଧ୍ୟାନ ଆପଣଙ୍କ ପାଇଁ ଲାଭକାରୀ ହେବ।

କୁମ୍ଭ- ସାରା ଦିନ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ବଡ଼ ଭାଇ କିମ୍ବା ବନ୍ଧୁମାନଙ୍କ ସହଯୋଗ କାର୍ଯ୍ୟ ହାସଲରେ ସହାୟକ ହେବ। ନୂତନ ନିବେଶ ପାଇଁ ଦିନଟି ଭଲ ଅଛି। ଆଶା କରୁଥିବା ଆର୍ଥିକ ସହାୟତା ମିଳିପାରେ।

ମୀନ- ମନରେ କିଛିଟା ଚାପ କିମ୍ବା ଅସ୍ଥିରତା ଦେଖାଦେଇପାରେକୌଣସି ବିତର୍କ କିମ୍ବା ଯୁକ୍ତିରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ମନ ଶାନ୍ତ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682