ମେଷ- କାର୍ଯ୍ୟକ୍ଷେତ୍ରରେ ଆନନ୍ଦ ମିଳିବ ଓ ସମସ୍ତ କାର୍ଯ୍ୟ ସଫଳତାର ସହ ସମାପ୍ତ କରିବେ। ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ଅବସ୍ଥା ଭଲ ରହିବ। ନିବେଶ ପାଇଁ ଦିନଟି ଶୁଭ ଅଟେ।

ବୃଷ- ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ। ମନ ଆଧ୍ୟାତ୍ମିକତାରେ ମଗ୍ନ ରହିବ ଓ ପରିବାରରେ ଶାନ୍ତିର ବାତାବରଣ ରହିବ। ଅଟକି ରହିଥିବା ଧନ ଫେରି ପାଇବାର ସମ୍ଭାବନା ଅଛି। ବ୍ୟବସାୟରେ ଉତ୍ତମ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ।

ମିଥୁନ- ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। କର୍ମକ୍ଷେତ୍ରରେ ବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ସାବଧାନ ରହିବା ଜରୁରୀ। ଈଶ୍ୱରଙ୍କ ଆରାଧନା କରନ୍ତୁ।

କର୍କଟ- ମନ ପ୍ରଫୁଲ୍ଲିତ ରହିବ ଓ ପ୍ରତ୍ୟେକ କାର୍ଯ୍ୟରେ ସୁଖ ଶାନ୍ତି ମିଳିବ। ପତି-ପତ୍ନୀଙ୍କ ସମ୍ପର୍କରେ ମଧୁରତା ବଜାୟ ରହିବ। ବ୍ୟବସାୟରେ ଉନ୍ନତି ହେବ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ। ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦିନଟି ଶୁଭ।

ସିଂହ- ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମାନସିକ ଚିନ୍ତା ଦୂର ହେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ଶତ୍ରୁମାନେ ନିଜେ ନିଜେ ପରାସ୍ତ ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। କୌଣସି ବନ୍ଧୁଙ୍କ ସାହାଯ୍ୟ ମିଳିବ।

କନ୍ୟା- ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ନିବେଶ ପାଇଁ ଦିନଟି ଶୁଭ ନୁହେଁ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ପରିବାରରେ କାହାର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ।

ତୁଳା- କୌଣସି ମିଥ୍ୟା ଅଭିଯୋଗରେ ଫସିବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ସତର୍କ ରୁହନ୍ତୁ। ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଅପରାହ୍ନରେ ମନକୁ ଶାନ୍ତ ରଖିଲେ ସମସ୍ୟା ଦୂର ହେବ। ନିଜ କାମରେ ମନ ଦିଅନ୍ତୁ।

ବିଛା- କୌଣସି ଆଶା କରାଯାଉଥିବା କ୍ଷେତ୍ରରୁ ଶୁଭ ସମାଚାର ମିଳିବାରୁ ମନ ଆନନ୍ଦିତ ହେବ। ବ୍ୟବସାୟରେ ବଡ଼ ଲାଭ ମିଳିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରିରେ ପଦୋନ୍ନତିର ସୂଚନା ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ- ଆଖି ସମ୍ବନ୍ଧୀୟ ସମସ୍ୟା ପ୍ରତି ଯତ୍ନବାନ ହୁଅନ୍ତୁ। ଅନ୍ୟ ପକ୍ଷରେ, ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ। କର୍ମକ୍ଷେତ୍ରରେ ପରିଶ୍ରମର ଫଳ ପାଇବେ। ବିଦେଶ ଯାତ୍ରାର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମକର- କୌଣସି ମୂଲ୍ୟବାନ ବସ୍ତୁ କିମ୍ବା ଧନ ପ୍ରାପ୍ତିର ଯୋଗ ରହିଛି। ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସମ୍ମାନ ମିଳିବ।

କୁମ୍ଭ- ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବନ୍ଧୁଙ୍କୁ ଋଣ ଦେବାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ କିଛିଟା ଚାପ ରହିପାରେ। ମନକୁ ଶାନ୍ତ ରଖି କାମ କଲେ ସଫଳତା ମିଳିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

ମୀନ- ଆୟର ନୂତନ ଉତ୍ସ ସୃଷ୍ଟି ହେବ ଓ ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଉତ୍ତମ ଲାଭ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ବଜାୟ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682