LIVE TV

କନ୍ୟା ରାଶି ବ୍ୟକ୍ତି ପୂର୍ବ ନିବେଶରୁ ଭଲ ଫଳ ପାଇବେ, ବ୍ୟବସାୟରେ ଉନ୍ନତିର ସମ୍ଭାବନା ଅଛି

NEWS7
Know your Horoscope for Saturday 25th October 2025.

ମେଷ- ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖିବା ଭଲ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଭ୍ରମଣ ଯୋଗ ରହିଛି। କୌଣସି ବିଶ୍ୱସ୍ତ ମିତ୍ରଙ୍କ ଦ୍ୱାରା ଆଘାତ ମିଳିବାର ସମ୍ଭାବନା ରହିଛି।

ବୃଷ- ଧନ ଲାଭର ସୁଯୋଗ ରହିଛି। ଆକସ୍ମିକ ଭାବରେ ଅର୍ଥପ୍ରାପ୍ତି ହେବାର ଯୋଗ ଅଛି। ବ୍ୟବସାୟରେ ନୂତନ ଗ୍ରାହକ ମିଳିବାରୁ ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭ ରଙ୍ଗ ଧଳା।

ମିଥୁନ- ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସେମାନଙ୍କ ସହିତ ସମୟ ଅତିବାହିତ କରିବା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି। ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କର୍କଟ- ମନ ଅଶାନ୍ତ ରହିପାରେ। କୌଣସି କାରଣରୁ ମାନସିକ ଚିନ୍ତା ବଢ଼ିପାରେ। ଧୈର୍ଯ୍ୟ ରଖି କାମ କଲେ ସମସ୍ୟାର ସମାଧାନ ହେବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ନିବେଶ ପାଇଁ ଦିନଟି ଶୁଭ ନୁହେଁ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ- କଳହ ଯୋଗ ରହିଛି। ଅନ୍ୟମାନଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତାରେ ସଂଯମତା ରଖିଲେ ଅସୁବିଧାରୁ ରକ୍ଷା ପାଇବେ। କର୍ମକ୍ଷେତ୍ରରେ କିଛି ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭ୍ରମଣରୁ ବିରତ ରହିବା ଉଚିତ୍।

କନ୍ୟା- ଆର୍ଥିକ ଲାଭ ମିଳିବ। ପୂର୍ବ ନିବେଶରୁ ଭଲ ଫଳାଫଳ ପାଇବେ। ବ୍ୟବସାୟରେ ଉନ୍ନତିର ସମ୍ଭାବନା ଅଛି। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ଭଲ ପ୍ରଦର୍ଶନ କରିବେ। ସାମାଜିକ କାର୍ଯ୍ୟରେ ସମ୍ମାନ ମିଳିବ। ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ।

ତୁଳା- ଗୁପ୍ତ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ସାବଧାନ ଓ ସତର୍କ ରହି କାର୍ଯ୍ୟ କଲେ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବ ନାହିଁ। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କରେ ମଧୁରତା ରହିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ ଅଟେ। ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। ଧାର୍ମିକ କାର୍ଯ୍ୟରେ ସମୟ ବିତିବ।

ବିଛା- ଆର୍ଥିକ ଅବସ୍ଥା ଭଲ ରହିବ। କଳା ଏବଂ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଉତ୍ତମ ଖାଦ୍ୟପାନୀୟର ଆନନ୍ଦ ଉପଭୋଗ କରିବେ। ବନ୍ଧୁମାନଙ୍କ ସହ ଭୋଜିରେ ଯୋଗ ଦେବାର ସମ୍ଭାବନା ରହିଛି। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ। ଅପରାହ୍ନରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ।

ଧନୁ- ଅଶାନ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କିଛି ବାଧାବିଘ୍ନ ଆସିପାରେ। ତେଣୁ, ମନକୁ ଶାନ୍ତ ରଖି କାମ କଲେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ଦେଖାଦେଇପାରେ। ନୂଆ ଜିନିଷ କିଣିବା ପାଇଁ ଦିନଟି ଶୁଭ ନୁହେଁ। ଈଶ୍ୱରଙ୍କ ଆରାଧନାରେ ମନ ନିବେଶ କରନ୍ତୁ।

ମକର- ନୂଆ ବନ୍ଧୁତା ସମ୍ପର୍କ ସ୍ଥାପିତ ହୋଇପାରେ। ଏହି ନୂଆ ସମ୍ପର୍କ ଆଗକୁ ଲାଭଦାୟକ ହେବ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା ଧନ ଫେରି ପାଇବାର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଶାନ୍ତି ମିଳିବ।

କୁମ୍ଭ- ଆୟ ବୃଦ୍ଧିର ଯୋଗ ରହିଛି। ଆଶା କରାଯାଉଥିବା ଦିଗରୁ ଧନ ପ୍ରାପ୍ତି ହେବ। ବିଭିନ୍ନ ଉପାୟରେ ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। କୌଣସି ପୁରୁଣା ସମସ୍ୟାର ସମାଧାନ ହେବ। ପରିବାର ସହିତ ବାହାରକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ହେବେ। ନିଜର କାର୍ଯ୍ୟକୁ ଉତ୍ସାହର ସହିତ ସମାପ୍ତ କରନ୍ତୁ।

ମୀନ- କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ୱ ମିଳିପାରେ। ନୂତନ କାର୍ଯ୍ୟରେ ହାତ ଦେଲେ ସଫଳତା ଅବଶ୍ୟ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅନ୍ୟମାନଙ୍କ ସହଯୋଗ ଦ୍ୱାରା ସଫଳତା ପାଇବେ।  ଗୁରୁଜନ ଏବଂ ବଡ଼ ଭାଇଭଉଣୀଙ୍କ ସାହାଯ୍ୟ ମିଳିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682