LIVE TV

ଖରାପ ଫର୍ମରେ ଥିବା ବିରାଟ କୋହଲିଙ୍କୁ ମହମ୍ମଦ କୈଫଙ୍କ ପରାମର୍ଶ , କହିଲେ –ଶ୍ରେୟସ ଆୟରଙ୍କ ଠାରୁ ଶିଖ

NEWS7
Virat Kohl poor form

ନୂଆଦିଲ୍ଲୀ : ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ରନ କରିବାକୁ ସଂଘର୍ଷ କରୁଥିବା ଦେଖାଯାଇ ଥିଲା। ଉଭୟ ମ୍ୟାଚରେ କୋହଲି ନିଜର ଖାତା ମଧ୍ୟ ଖୋଲି ପାରି ନାହାନ୍ତି। ଲଗାତାର ମ୍ୟାଚ୍‌ରେ କୋହଲିଙ୍କ ଫ୍ଲପ୍ ଶୋ ପୁଣି ଥରେ ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ସମୟରେ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ୍ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କୁ ଦେଇଛନ୍ତି ପରାମର୍ଶ। କୈଫ୍ଙ୍କ ଅନୁସାରେ , ନିଜର ଫର୍ମ ଫେରି ପାଇବା ପାଇଁ କୋହଲି ଶ୍ରେୟସ ଆୟରଙ୍କ ଠାରୁ ଶିଖିବା ଉଚିତ ଏବଂ ଭାରତ-ଏ କିମ୍ବା ଘରୋଇ କ୍ରିକେଟ୍ ଖେଳି ପଡ଼ିଆରେ ସମୟ ବିତାଇବା ଉଚିତ।

ମହମ୍ମଦ କୈଫ୍ କହିଛନ୍ତି ଯେ, ଯେତେବେଳେ ଜଣେ ବଡ଼ ଖେଳାଳି ତା'ର ଲୟ ହରାଇଥାଏ, ତାଙ୍କୁ ମ୍ୟାଚ୍ ଅଭ୍ୟାସର ନିହାତି ଆବଶ୍ୟକ‌ତା ପଡ଼ିଥାଏ। ସେ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କ ଉଦାହରଣ ଦେଇଥିଲେ, ଯିଏ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ଖେଳି ପର୍ଯ୍ୟାପ୍ତ ମ୍ୟାଚ୍‌ ସମୟ ନେଇଥିଲେ। କୈଫ୍ ଏକ ସାକ୍ଷାତକାରରେ କହିଥିଲେ, "ମୁଁ ସମ୍ପ୍ରତି ଶ୍ରେୟସ୍ ଆୟରଙ୍କୁ ଭେଟିଥିଲି, ଏବଂ ମୁଁ ତାଙ୍କୁ ତାଙ୍କର ଷ୍ଟାଣ୍ଡ ଏବଂ ଲୟ ବିଷୟରେ ପଚାରି ଥିଲି। ଯେହେତୁ ସେ ବର୍ତ୍ତମାନ କେବଳ ୱାନଡେ ଖେଳୁଛନ୍ତି। ରେଡ୍‌-ବଲ୍‌ କ୍ରିକେଟ୍‌ରୁ ବ୍ରେକ୍‌ ନେଇଛନ୍ତି, ଏବଂ ଟି-୨୦ ମଧ୍ୟ ଖେଳୁ ନାହାନ୍ତି। ମୁଁ ବୁଝିବାକୁ ଚାହୁଁଥିଲି ଯେ, ସେ ସହଜରେ କିପରି ବ୍ୟାଟିଂ କରି ପାରୁଛନ୍ତି। ସେ ଉତ୍ତର ଦେଇଥିଲେ , ସେ ମାନସିକ ଭାବରେ ଦୃଢ ହୋଇଛନ୍ତି। ତାଙ୍କ ଖେଳକୁ ଭଲ ଭାବେ ବୁଝି ପାରିଛନ୍ତି। ନିଜ ମସ୍ତିଷ୍କକୁ ଭଲ ଭାବରେ ପ୍ରସ୍ତୁତ କରି ନେଇଛନ୍ତି।

କୈଫ୍ ଆହୁରି କହିଛନ୍ତି, ଆୟାର ମଧ୍ୟ ଭାରତ '' ପାଇଁ ମ୍ୟାଚ୍ ଖେଳିଥିଲେ, ଏବଂ ସେଥିପାଇଁ ମୁଁ କହୁଛି ଯେ , ବିରାଟ ଏବଂ ରୋହିତଙ୍କୁ ଏମିତି କରିବା ନେଇ ବିଚାର କରିବା ଉଚିତ୍‌। ଆୟାରଙ୍କ ଏହି ବ୍ୟାଟିଂ ତାଙ୍କର ଆକ୍ଟିଭ୍‌ କହିବା ଦ୍ୱାରା ଆସିଥାଏ। ସେ କେବେବି ଫର୍ମରୁ ବାହାର ଦେଖାଯାଉ ନାହାଁନ୍ତି, ଯେପରି ବିରାଟ ବର୍ତ୍ତମାନ କରୁଛନ୍ତି ବିରାଟ ବର୍ତ୍ତମାନ ଅସ୍ଥିର ଦେଖାଯାଉଛନ୍ତି, ଯେତେବେଳେ ଆୟାର ସ୍ଥିର ଭାବରେ ଖେଳୁଛନ୍ତି, ଏବଂ ଏହା ତାଙ୍କ ଖେଳରେ ସ୍ପଷ୍ଟ ଭାବେ ନଜର ଆସୁଛି।