LIVE TV

ମକର ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ

NEWS7
Know your Horoscope for Monday 22nd September 2025.

ମେଷ- ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉତ୍ତମ ଫଳାଫଳ ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଚାକିରି କ୍ଷେତ୍ରରେ କଠିନ ପରିଶ୍ରମର ଉଚିତ ମୂଲ୍ୟ ମିଳିବ ଏବଂ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ନୂତନ ଗ୍ରାହକ ଯୋଡ଼ି ହେବେ, ଯାହା ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ, ଯାହା ମନକୁ ଆନନ୍ଦିତ କରିବ।
ବୃଷ- ଘାତ ଚନ୍ଦ୍ର ଯୋଗୁ କିଛି ନକାରାତ୍ମକ ପ୍ରଭାବ ପଡ଼ିପାରେ। ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କାରଣ ଆଶା ଅନୁସାରେ ଫଳ ନମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ଅତ୍ୟନ୍ତ ଆବଶ୍ୟକ। ଚାକିରିରେ କିଛି ବାଧାବିଘ୍ନର ସମ୍ମୁଖୀନ ହେବେ। ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି, ତେଣୁ ନୂଆ ନିବେଶରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ, ତେଣୁ ଶାନ୍ତ ରହି ଆଲୋଚନା କରନ୍ତୁ।
ମିଥୁନ- ଶିକ୍ଷା କ୍ଷେତ୍ରରେ ମନ ଲାଗିବ, ଯାହା ପରୀକ୍ଷାରେ ସଫଳତା ଆଣିବ। ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ, ତେଣୁ ବିଶ୍ରାମ ନିଅନ୍ତୁ। ଚାକିରିରେ କଠିନ ପରିଶ୍ରମ କଲେ ହିଁ ଫଳ ପାଇବେ। ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି, କିନ୍ତୁ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରନ୍ତୁ। ଦାମ୍ପତ୍ୟ ଜୀବନରେ କିଛି ସାମାନ୍ୟ ମତାନ୍ତର ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ।
କର୍କଟ- ଛାତ୍ରଛାତ୍ରୀମାନେ ନୂଆ ବିଷୟ ଶିଖିବାରେ ଆଗ୍ରହ ପ୍ରକାଶ କରିବେ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ନୂତନ ଶକ୍ତି ଅନୁଭବ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି ଏବଂ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ କୌଣସି ନୂତନ ଯୋଜନା ଆରମ୍ଭ କଲେ ତାହା ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନରେ ସାଥୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ଆସିବ।
ସିଂହ- ଶିକ୍ଷା ପାଇଁ ଏକ ସୁବର୍ଣ୍ଣ ଦିନ, କାରଣ ସମସ୍ତ ବାଧାବିଘ୍ନ ଦୂର ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଏବଂ ବିଶେଷ କରି ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଚାକିରିରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପାଦନ କରିବେ। ବ୍ୟବସାୟ କ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ।
କନ୍ୟା- ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଶ୍ରମର ଉଚିତ୍ ଫଳ ପାଇବେ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ମନ ପ୍ରସନ୍ନ ରହିବ। ଚାକିରିରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ, ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ବ୍ୟବସାୟରେ ନୂତନ ନିବେଶ କରିବା ପାଇଁ ସମୟ ଅନୁକୂଳ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ପାରିବାରିକ ସଦସ୍ୟଙ୍କ ସହଯୋଗ ମିଳିବ।
ତୁଳା- ଶିକ୍ଷା କ୍ଷେତ୍ରରେ କିଛି ବାଧାବିଘ୍ନ ଆସିପାରେ, ତେଣୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ, ବିଶେଷ କରି ମାନସିକ ଚିନ୍ତା ବଢ଼ିପାରେ। ଚାକିରିରେ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ କୌଣସି ନୂଆ ଚୁକ୍ତି ହୋଇପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଜଭୁତ ହେବ।
ବିଛା- ଶିକ୍ଷା କ୍ଷେତ୍ରରେ ଆଶାଠାରୁ ଅଧିକ ସଫଳତା ମିଳିବ। ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ଏବଂ ଆପଣ ଭଲ ଅନୁଭବ କରିବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି, ଯାହା ଭବିଷ୍ୟତ ପାଇଁ ଭଲ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଆୟ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ରହିବ ଏବଂ ସାଥୀଙ୍କ ସହ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ।
ଧନୁ- ଶିକ୍ଷା କ୍ଷେତ୍ରରେ ଅଧିକ ସଫଳତା ପାଇବେ ଏବଂ ନୂତନ ବିଷୟ ଶିଖିବାରେ ମନ ଲାଗିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ ଏବଂ ଆପଣ ସକାରାତ୍ମକ ଉର୍ଜା ଅନୁଭବ କରିବେ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି, ଯାହା ଆପଣଙ୍କୁ ଉତ୍ସାହିତ କରିବ। ବ୍ୟବସାୟିକ ଯାତ୍ରା ଲାଭଦାୟକ ପ୍ରମାଣିତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ପରିବାରରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ।
ମକର- ଶିକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଚାକିରି କ୍ଷେତ୍ରରେ ଆପଣଙ୍କୁ ଅଧିକ କାମ କରିବାକୁ ପଡ଼ିବ, କିନ୍ତୁ ଏହାର ଉତ୍ତମ ଫଳ ମିଳିବ। ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଯାହା ସମ୍ପର୍କକୁ ମଜବୁତ କରିବ।
କୁମ୍ଭ- କୁମ୍ଭ ରାଶିର ଲୋକଙ୍କ ପାଇଁ କିଛି ନକାରାତ୍ମକ ଫଳ ମିଳିପାରେ। ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କରିବା ପରେ ବି ଫଳ ଆଶା ଅନୁଯାୟୀ ନହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଚାକିରିରେ ସାମାନ୍ୟ ବାଧାବିଘ୍ନର ସମ୍ମୁଖୀନ ହେବେ ଏବଂ ଉପରିସ୍ଥଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ। ବ୍ୟବସାୟରେ କୌଣସି ନୂଆ ନିବେଶ କରନ୍ତୁ ନାହିଁ, କାରଣ ଏହା କ୍ଷତିର କାରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ଦେଖାଦେଇପାରେ, ତେଣୁ ଶାନ୍ତ ରହି ସମସ୍ୟା ସମାଧାନ କରନ୍ତୁ।
ମୀନ- ଶିକ୍ଷା କ୍ଷେତ୍ରରେ କିଛି ବାଧାବିଘ୍ନ ଆସିପାରେ, ତେଣୁ ଅଧିକ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ, ବିଶେଷ କରି ମୌସୁମୀ ରୋଗରୁ ଦୂରେଇ ରୁହନ୍ତୁ। ଚାକିରିରେ ଆପଣଙ୍କୁ ସଫଳତା ମିଳିବ ଏବଂ କାର୍ଯ୍ୟ ସ୍ଥଳରେ ପ୍ରଶଂସା ପାଇବେ। ବ୍ୟବସାୟରେ ନୂଆ ଚୁକ୍ତି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ସମ୍ପର୍କରେ ଘନିଷ୍ଠତା ଆସିବ ଏବଂ ପାରିବାରିକ ସମ୍ପର୍କ ମଜବୁତ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
ଯୋଗାଯୋଗ - 8249826682