LIVE TV

ରାଜଧାନୀରେ ଚାଞ୍ଚଲ୍ୟ, ଅପହରଣ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁପଡିଲେ ଯୁବତୀ

NEWS7
break

ଭୁବନେଶ୍ୱର ୨୫।୦୯ : ରାଜଧାନୀରେ ଚାଞ୍ଚଲ୍ୟ। ଅପହରଣ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡିଲେ ଯୁବତୀ। ଜୟଦେବ ବିହାର ଅଞ୍ଚଳରେ ଘଟଣା । ଯୁବତୀଙ୍କ ମୁଣ୍ଡ ଓ ହାତ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ମେଡିକାଲ ପଠାଇଛି ପୋଲିସ ।

ଖବର ଅନୁଯାୟୀ, ଯୁବତୀ ଜଣକ ଆଚାର୍ଯ୍ୟବିହାର ଅଞ୍ଚଳରୁ ଏକ ଅଟୋରେ ନୟାପଲ୍ଲୀ ଘରକୁ ଆସୁଥିଲେ । ପୂର୍ବରୁ ଅଟୋରେ ବସିଥିବା ଅନ୍ୟଜଣେ ମହିଳା ତାଙ୍କୁ ଟଣା ଭିଡା କରିବା ସହ ମୋବାଇଲ ଛଡାଇ ନେଇଥିଲେ । ମୁହଁକୁ ଏକ କପଡାରେ ବେହୋସ କରିବାକୁ ଚେଷ୍ଟା କରୁଥିବା ବେଳେ ପାଟି କରି ଚଳନ୍ତା ଅଟୋରୁ ଡେଇଁପଡିଲେ ଯୁବତୀ । ଏନେଇ ଥାନାରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଖୋଳତାଡ କରୁଛି ନୟାପଲ୍ଲୀ ଥାନା ପୋଲିସ ।