LIVE TV

ଦୁଇମାସ ଧରି ଗାଁରେ ଜଣ୍ଡିସ୍ ଆତଙ୍କ, ଦୁଷିତ ପାଣିରୁ ରୋଗ ବ୍ୟାପିଥିବା ସନ୍ଦେହ

NEWS7
jundice

ଆନନ୍ଦପୁର ୧୦/୧୦: ଦୁଇମାସ ଧରି ଗାଁରେ ବ୍ୟାପୁଛି ଜଣ୍ଡିସ୍ ରୋଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକଙ୍କ ଦେହରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଆନନ୍ଦପୁର ବ୍ଲକ୍ ବାଇଲ ପଞ୍ଚାୟତ ଖଡିବିଲ ଗାଁରେ ଗତ ଦୁଇମାସ ମଧ୍ୟରେ ପ୍ରାୟ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କେତେକ ଡାକ୍ତରଖାନାର ଚିକିତ୍ସା ହେବା ପରେ  ସୁସ୍ଥ ହୋଇ ହୋଇଛନ୍ତି ।

ହେଲେ ବର୍ତ୍ତମାନ ମଧ୍ୟ ଗାଁର ପ୍ରାୟ ୧୨ରୁ ଅଧିକ ଲୋକ ମଧ୍ୟରେ ଜଣ୍ଡିସ୍ ରୋଗର ଲକ୍ଷଣ ରହିଥିବା ଜଣାପଡିଛି । ଅନ୍ୟପଟେ ଦୈନିକ ଜଣେ ଦୁଇଜଣ ନୁଆଁ ରୋଗୀ ମଧ୍ୟ ଚିହ୍ନଟ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଜଣ୍ଡିସ୍ ରେ ଲାଗିରହିଥିବା ଏହି ରୋଗ ଦୁଷିତ ପାଣିରୁ ବ୍ୟାପୁଥିବା ସଂନ୍ଦେହ କରିଛନ୍ତି ଗ୍ରାମବାସୀ । ଗାଁରେ ଥିବା ଟିଓ୍ବେଲ୍ ,କୁଅ ଓ ପୋଖରୀ ପାଣି ଦୁଷିତ ହୋଇଥିବାରୁ ରୋଗ ସଂକ୍ରମିତ ହୋଇଥିବା ସଂନ୍ଦେହ ହୋଇଛି ।

ଗାଁରେ ବ୍ୟାପିଥିବା ଜଣ୍ଡିସ୍ ରୋଗ ସମ୍ପର୍କରେ ସ୍ଥାନିୟ ସ୍ବାସ୍ଥବିଭାଗ କୁ ଅବଗତ କରିଛନ୍ତି ଲୋକେ । ହେଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୈଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏପରିକି ଗାଁରେ ଥିବା ଜଳ ଉତ୍ସଗୁଡିକୁ ବିଶୋଧନ ମଧ୍ୟ କରାଯାଇନାହିଁ । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେପଟେ ଖଡିବିଲି ଗାଁ ଦାୟିତ୍ୱରେ ଥିବ ଏ.ଏନ.ଏମ୍ ଙ୍କ କହିବ କଥା ଯେ, ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ଅନେକ ସୁସ୍ଥ ମଧ୍ୟ ହେଲେଣି । ଟିଓ୍ବେଲ୍ ପାଣି ବଦଳରେ ଲୋକେ କୂଅପାଣି ବ୍ଯବହାର କରୁଛନ୍ତି । ଯାହାଫଳରେ ରୋଗ ବ୍ୟାପୁଛି । ଲୋକଙ୍କୁ ସଚେତନ କରାଯାଇ ବ୍ୟବହାର କରାଯାଉଥିବା କୂଅକୁ ବିଶୋଧନ କରାଯାଇଛି ।