News7 Logo

୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ଜାମଦା ତହସିଲଦାର ସସ୍ମିତା ସିଂ ଗିରଫ

NEWS7
Arrest

ଭୁବନେଶ୍ବର ୨: ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ସସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ସସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।

କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, ୧୮ ତାରିଖରେ ଇଓଡବ୍ଲୁରେ କେସ୍ ହୋଇଥିଲା ଯେଉଁଥିରେ NAC ଆକାଉଣ୍ଟାଣ୍ଟ ଅନ୍ୟ ଜଣଙ୍କ ନାମରେ କେସ୍ ହୋଇଥିଲା । ପରେ ଏନେଇ ଇଓଡବ୍ଲୁ ନିଜ ଆଡୁ ମାମଲା ରୁଜୁ କରିଥିଲା ।

ଅଗଷ୍ଟ ୧୮ରେ ବେଲେପାହାଡ଼ରେ କେସ୍ ହୋଇଥିଲା । ବେଲପାହାଡ଼ ପୋଲିସ ଆକାଉଣ୍ଟାଣ୍ଟ ବିଭୂତି ସାହୁ ଏବଂ ସାନିଟେସନ ଏକ୍ସପର୍ଟ ବିଶ୍ୱ ରଞ୍ଜନ ମହାଲିକଙ୍କ ନାମରେ କେସ୍ କରିଛି । ଉନ୍ନତି ସ୍କିମ୍ ଜରିଆରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଲାଇଟ୍ ଲଗାଇ ଥିଲେ । NAC ଡେଭଲପମେଣ୍ଟ ନାଁରେ ଟଙ୍କା ଆସିଥିଲା । ୧ କୋଟି ୩୨ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ଆସିଥିଲା । ୨୨ ଲକ୍ଷ ଟଙ୍କାର ଲାଇଟ୍ ହେରଫେର ଅଭିଯୋଗ ହୋଇଥିଲା ।

କେମିକାଲ କିଣା ନାଁରେ, ଦୁଇଟା ପର୍ଯ୍ୟାୟରେ ଠକେଇ କରିଛନ୍ତି ୧ କୋଟି । ସରକାରୀ ଫଣ୍ଡ ଟଙ୍କା ଡାଇଭର୍ଟ କରିଛନ୍ତି ମଧୁସ୍ମିତା । ୧୫ ଫାଇନାନ୍ସ କମିଶନରେ ଯେଉଁ ଟଙ୍କା ଆସିଥିଲା କେମିକାଲ ନାଁରେ ସେଥିରେ ଟଙ୍କା ହଡପ କରିଥିଲେ । ମଧୁସ୍ମିତା ସିଂ ମୁଖ୍ୟ ଅଭିଯୁକ୍ତ । ଉନ୍ନତି ସ୍କିମରେ ଆସିଥିବା ଟଙ୍କାକୁ ହଡ଼ପ କରିଛନ୍ତି ।

ଦୁଇଟା କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ କେମିକାଲ କିଣିବା ପାଇଁ । ଟଙ୍କା ହେରଫେରର ଅଡିଟ ଚାଲିଛି । ଅନ୍ୟ କେଉଁ ସ୍କିମରେ ଘୋଟଲା ହୋଇଛି କି ନାହଁ ତଦନ୍ତ ହେବ । ଆବଶ୍ୟକ ପଡିଲେ ଭିଜିଲାନ୍ସକୁ ଚିଠି ଲେଖିବୁ ବୋଲି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ।