LIVE TV

ପାଲେଷ୍ଟାଇନୀଙ୍କୁ ଇସ୍ରାଏଲର ବଡ ଚେତାବନୀ, କହିଲେ-ଗାଜା ଖାଲି କର ନଚେତ୍‌ ଆତଙ୍କବାଦୀ ବିବେଚନା କରାଯିବ

NEWS7
Israel

ନୂଆଦିଲ୍ଲୀ ୦୨।୧୦; ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ପାଲେଷ୍ଟାଇନୀମାନଙ୍କୁ ଗାଜା ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାଟଜ୍‌ ଚେତାବନୀ ଦେଇଛନ୍ତି ଯେ ଏହା ସେମାନଙ୍କର ଶେଷ ସୁଯୋଗ। ସେ କହିଛନ୍ତି ଯେ ଯେଉଁମାନେ ସହରରେ ରହିବେ ସେମାନଙ୍କୁ ଆତଙ୍କବାଦୀଙ୍କ ସମର୍ଥକ ବୋଲି ବିବେଚନା କରାଯିବ ଇସ୍ରାଏଲୀ ଆକ୍ରମଣର ସମ୍ମୁଖୀନ ହେବେ। ଏହି ସମୟରେ, ଗାଜାର ସ୍ଥାନୀୟ ହସ୍ପିଟାଲ ଗୁଡ଼ିକ କରିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଇସ୍ରାଏଲୀ ସେନା ଗାଜାରେ ବୋମା ପକାଇଥିଲା।

ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ କଣ କହିଛନ୍ତି?

ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ କହିଛନ୍ତି, "ଗାଜା ବାସିନ୍ଦା ଯେଉଁମାନେ ଦକ୍ଷିଣକୁ ଯିବାକୁ ଚାହାଁନ୍ତି ଏବଂ ଗାଜା ସହରରେ ହମାସ ଆତଙ୍କବାଦୀଙ୍କୁ ଏକୁଟିଆ ଛାଡିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ। ଯେଉଁମାନେ ଗାଜାରେ ରହିବେ ସେମାନଙ୍କୁ ଆତଙ୍କବାଦୀ ଏବଂ ଆତଙ୍କବାଦର ସମର୍ଥକ ବୋଲି ବିବେଚନା କରାଯିବ।"

ଏହି ବିକାଶ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ କରିବା ପାଇଁ ଏକ ନୂତନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ହମାସ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ବିଚାର କରୁଛି। ଗତ ମାସରେ ଇସ୍ରାଏଲ ଗାଜା ଦଖଲ କରିବା ପାଇଁ ଏକ ବଡ଼ ଆକ୍ରମଣ ଆରମ୍ଭ କରିବା ପରଠାରୁ ପ୍ରାୟ ୪୦୦,୦୦୦ ପାଲେଷ୍ଟାଇନୀ ଗାଜା ସହର ଛାଡି ପଳାଇଛନ୍ତି। ତଥାପି, ହଜାର ହଜାର ଲୋକ ରହିଛନ୍ତି,