LIVE TV

ଭାରତରେ Iphone -17 ମାନିଆ ; ଆପଲ ଷ୍ଟୋର ବାହାରେ ମାରପିଟ୍, ଭିଡିଓ ଭାଇରାଲ

NEWS7
Iphone

ମୁମ୍ଵାଇ ୧୯।୦୯; ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା । ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି । ଯାହାକୁ ନେଇ ଆଇଫୋନ୍ ଲଭର୍ସଙ୍କ ଉତ୍ସାହ ଦେଖିବାକୁ ମିଳିଛି ଆଇଫୋନ୍‌ ୧୭ ଏବେ ସମସ୍ତଙ୍କୁ କମିଆ କରିଛି । ରାତି ଅଧରୁ ମଲ୍‌ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ । ଏହି ଆଇଫୋନ୍ ମାନିଆ ଦେଖିବାକୁ ମିଳିଛି ଦିଲ୍ଲୀ ଓ ମୁମ୍ବାଇରେ । ଆପଲ୍‌ ଷ୍ଟୋର ଆଗରେ ପ୍ରବଳ ଭିଡ଼ ଲାଗିଛି ।

ଶହ ଶହ ସଂଖ୍ୟାରେ ଗ୍ରାହକ ଫୋନ୍ କିଣିବାକୁ ରାତି ଅଧରୁ ଅପେକ୍ଷା କରି ରହିଛନ୍ତି । ଏହି ସମୟରେ କିଛି ଲୋକ ଝଗଡ଼ା ଆରମ୍ଭ କରିଦେଇଥିଲେ। ଏତିକି ହିଁ ନୁହେଁ ମାରପିଟ୍‌ ମଧ୍ୟ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ଏନେଇ  ଜଣେ ଗ୍ରାହକ କହିଛନ୍ତି, ''iPhone 17 ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏଥରେ ଆପଲ୍‌ ନୂଆ ଡିଜାଇନ ଆଣିଛି । ଏହାର ଫିଚର ଏ୧୯ ବାୟୋନିକ୍ ଚିପ୍ ଯାହା ଗେମ୍‌ ପାଇଁ ଭଲ ଅନୁଭବ ଦେବ । ୬ ମାସ ହେବ ଆପଲ୍‌ ଏହି ମଡେଲକୁ ଅପେକ୍ଷା କରିଥିଲି । ଏଥର କମଳା ରଙ୍ଗର ଆଇ ଫୋନ୍‌ ଆସିଛି । ଯାହାକୁ ପାଇ ମୁଁ ବହୁତ ଖୁସି ।

iPhone 17 सीरीज की सेल 19 सितंबर से शुरू हो गई है. (Photo: ITG)

ସେହିପରି ଆଉ ଜଣେ କଷ୍ଟମର କହିଛନ୍ତି, iPhone 17 ର କମଳା କଲର ଫୋନ୍‌ ପାଇଁ ଆସିଛି । ରାତି ୮ଟାରୁ ଲାଇନ୍ ଲଗାଇଛି । ଏବେ ମୋର ନମ୍ବର ଲାଗିଛି । ଏଥର ଆଇ ଫୋନ୍‌ରେ କ୍ୟାମେରା, ଲୁକ୍ ଓ ବ୍ୟାଟେରୀ ଅଲଗା ରହିଛି । ମ୍ୟାନେଜମେଣ୍ଟ ଭଲ ଅଛି । ଲୋକ ଲାଇନ୍‌ କ୍ରମେ ଯାଉଛନ୍ତି । ସେପରି ବେଙ୍ଗାଲୁରୁ ସିମ୍ଫୋନୀ ମଲ୍‌ ଆପଲ୍‌ ଷ୍ଟୋରରେ ଅପେକ୍ଷା କରିଥିବା ଜଣେ ଗ୍ରାହକ କହିଛନ୍ତି, "ମୁଁ ଗତ ଅନେକ ବର୍ଷ ଧରି iPhone କିଣୁଛି । ଏହା କିନ୍ତୁ ଏକ ବହୁତ ଭଲ ଅଭିଜ୍ଞତା ଥିଲା । ପ୍ରଥମ ଥର ପାଇଁ Apple ଷ୍ଟୋରକୁ ଆସିଛି । ମୁଁ ବହୁତ ଉତ୍ସାହିତ ଏବଂ ଏବେ ମୁଁ iPhone 18 ପାଇଁ ଅପେକ୍ଷା କରିଛି ।"

ଦିଲ୍ଲୀର ଏକ Apple ଷ୍ଟୋରରେ iPhone 17 Pro MaCosmic Orange ରଙ୍ଗର ଭାରିଆଣ୍ଟ ଜଣେ ମୁସଲିମ ବ୍ୟକ୍ତି କିଣିଥିଲେ। ଲୋକମାନେ ଏହି ରଙ୍ଗକୁ ଭଗବା ସହିତ ଯୋଡୁଛନ୍ତି, ବିଶେଷକରି ସୋସିଆଲ ମିଡିଆରେ। ଏହି ରଙ୍ଗର ଭାରିଆଣ୍ଟ କିଣିବା ପରେ, ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ମୁସଲିମ, କିନ୍ତୁ ତାଙ୍କୁ ଏହି ରଙ୍ଗ ପସନ୍ଦ। କହିବାକୁ ଗଲେ Apple ଏହି ନୂଆ ମଡେଲ୍‌ ବିଷୟରେ କହିବାକୁ ଗଲେ, iPhone 17 ର ମୂଲ୍ୟ ₹୮୨,୯୦୦ରୁ ଆରମ୍ଭ ହେଉଛି। କମ୍ପାନୀ ଆଇଫୋନ୍ ଏୟାରକୁ ₹୧୧୯,୯୦୦ରୁ ଆରମ୍ଭିକ ମୂଲ୍ୟରେ ଲଞ୍ଚ କରିଛି। ଆଇଫୋନ୍ ୧୭ ପ୍ରୋ ଏବଂ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଯଥାକ୍ରମେ ₹୧୩୪,୯୦୦ ଏବଂ ₹୧୪୯,୯୦୦ ରୁ ଆରମ୍ଭ ହେଉଛି।