News7 Logo

ବସ୍ ସେବା ଉପଲବ୍ଧ ଥିଲେ ଯୋଗାଇ ଦିଆଯିବ ମହାପ୍ରସାଦ, ସୋସିଆଲ ମିଡିଆରେ ଏଭଳି ପ୍ରଚାର

NEWS7
Mahaprasad

ପୁରୀ ୯୯: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ସୋସିଆଲ ମିଡିଆରେ ସୂଚନା । ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏଥର କୌଣସି ଅନୁଷ୍ଠାନ କିମ୍ବା ସଂସ୍ଥା ନୁହେଁ ବରଂ ଶ୍ରୀମନ୍ଦିରର ଜଣେ ସେବାୟତ ନିଜ ସୋସିଆଲ ମିଡିଆରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଅଜୟ ସୁଆର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବରେ ଏଭଳି ପୋଷ୍ଟ କରିଛନ୍ତି । ଶ୍ରୀମନ୍ଦିର ଅବଢ଼ା ସେବା ନାମରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ୟୁଟ୍ୟୁବରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଅଜୟ ସୁଆର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବରେ ଲେଖିଛନ୍ତି ଆମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରୋଷଶାଳାରୁ ମହାପ୍ରସାଦ ପ୍ରସ୍ତୁତ କରି ଆଣିଥାଉ । ଭକ୍ତଙ୍କୁ ଶୁଦ୍ଧ ଓ ମୂଳ ମହାପ୍ରସାଦ ସେବା ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ । ମହାପ୍ରସାଦ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଫୋନ୍ ନଂ ସହିତ ହ୍ବାଟ୍ସଆପରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏଥିସହ ନିକଟତମ ବସ୍ ଷ୍ଟାଣ୍ଡ, ଛକ କିମ୍ବା ଯେକୌଣସି ଜିଲ୍ଲାକୁ ଯଦି ସିଧାସଳଖ ବସ୍ ସେବା ଉପଲବ୍ଧ ରହିଛି ତେବେ ମହାପ୍ରସାଦ ଯୋଗାଇ ଦିଆଯିବ । ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।