LIVE TV

ଏସିଆ କପ୍‌ର ସୁପର-୪ ରାଉଣ୍ଡ: ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

NEWS7
asia cup

ନୂଆଦିଲ୍ଲୀ ୨୪/୦୯: ଚଳିତ ଏସିଆ କପ୍‌ର ସୁପର-୪ ରାଉଣ୍ଡ୍‌ରେ ଆଜି ଭାରତ ଓ ବାଂଲାଦେଶ ସାମ୍ନାସାମ୍ନି ହେବେ । ଭାରତର ପଲା ଭାରି ରହିଥିଲେ ହେଁ ବାଂଲାଦେଶ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ପରାଜିତ ହେଲେ ଫାଇନାଲ୍‌ରେ ପହଞ୍ଚିବା କଷ୍ଟକର ହେବ । ୨୦୨୪ ଆରମ୍ଭରୁ ଇତି ମଧ୍ୟରେ ଭାରତ ୩୫ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଏଥିରୁ ୩୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଏସିଆ କପ୍‌ରେ ମଧ୍ୟ ଭାରତର ବିଜୟ ଧାରା ଜାରି ରହିଛି । ବାଂଲାଦେଶ ବିପକ୍ଷରେ ଭାରତ ୧୭ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଏଥିରୁ ୧୬ଟି ମ୍ୟାଚ ଜିତିଛି । ୨୦୧୯ରେ ବାଂଲଦେଶ ଏକମାତ୍ର ବିଜୟ ହାସଲ କରିଥିଲା । ତେଣୁ ଭାରତକୁ ହରାଇବା ବାଂଲାଦେଶ ପାଇଁ ସହଜ ହେବ ନାହିଁ । 

ବିପର୍ଯ୍ୟୟ ଘଟାଇବାର କ୍ଷମତା ବାଂଲାଦେଶ ନିକଟରେ ରହିଛି । ବିଶେଷ କରି ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ଯୋଡ଼ି ଭାରତ ବିପକ୍ଷରେ ଉନ୍ନତ ବୋଲିଂ କରିବାର ରେକର୍ଡ ରହିଛି । ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଉଭୟ ୫ଟି ୱିକେଟ୍‌ ନେଇଥିଲେ । ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ ପରୀକ୍ଷା ନିରୀକ୍ଷା ପାଇଁ ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଖେଳାଯାଇପାରେ ।

ବାଂଲାଦେଶ ମଧ୍ୟ ଏକାଦଶରେ ସେଭଳି ବଡ଼ ପରିବର୍ତ୍ତନ କରିବ ନାହିଁ । ଶ୍ରୀଲଙ୍କା ବିପକ୍ଷ ବିଜୟୀ ଏକାଦଶ ନେଇ ଦଳ ଆସନ୍ତାକାଲି ଗ୍ରାଉଣ୍ଡକୁ ଓହ୍ଲାଇବା ଆଶା କରାଯାଉଛି । ଦୁବାଇ ପିଚ୍‌ ମନ୍ଥର ହୋଇ ସାରିଛି । ଏଠାରେ ମଧ୍ୟ ଓଭରଗୁଡ଼ିକରେ ଦ୍ରୁତ ରନ ସଂଗ୍ରହ ହେବା କଷ୍ଟକର । ସ୍ପିନରମାନେ ପିଚ୍‌ର ଭରପୁର ଫାଇଦା ଉଠାଇ ପାରିବେ । ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।