LIVE TV

ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ, ଖବର ଶୁଣି ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ

NEWS7
Sundargarh

ସୁନ୍ଦରଗଡ ୨୮।୯: ପୋଲିସ ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସ୍ବାମୀଙ୍କ ମୃତ୍ୟୁ ଖବର ପାଇ  ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ବିଜୁ ଏକ୍ସପ୍ରେସ୍ ଓ୍ବେରେ ପୋଲିସ ଲେଖାଥିବା ଏକ ଗାଡି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ବାଇକ୍ ଆରୋହୀଙ୍କୁ । ଏହାପରେ ଗାଡିଟି ରାସ୍ତାକଡକୁ ଓଲଟି ପଡିଥିଲା । ପୋଲିସ ଗାଡିରେ ଥିବା ଡ୍ରାଇଭର ଓ ପୋଲିସ ଗାଡି ଛାଡି ପଳାଇ ଯାଇଥିଲେ । ଏହାପରେ ସଦର ଥାନା ପୋଲିସ ପହଞ୍ଚି ପୋଲିସ ଲେଖାଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସର ତଦନ୍ତ ପରେ ଏହି ଗାଡିଟି ପୋଲିସ ସ୍କ୍ବାଡ୍ ନେଇ ରାଉଲକେଲା ଯାଇଥିଲା । ସୁନ୍ଦରଗଡକୁ ଫେରୁଥିବା ବାଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବଡଗାଁ କାଦୁଅପଡା ଅଶୋନି ସାହୁ ଘରକୁ ଫେରୁଥିବା ବେଳେ  କରମଡିହି ଛକରେ ପୋଲିସ ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଶତାଧିକ ମହିଳା ଓ ପୁରଷ ଥାନା ଘେରାଉ କରିଥିଲେ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଗ୍ରାମବାସୀ । ସେପଟେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।